ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କଲାଗି ମହେନ୍ଦ୍ରଗଡରେ ଆଇସିଆଇସିଆଇ ବ୍ୟାଙ୍କ ଉଧଘାଟିତ

ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅଧିନସ୍ଥ ଛେଳିଗଡ଼ ମୁଖ୍ୟ ସେତ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଆଇସିଆଇସି ଆଇ ବ୍ୟାଙ୍କ ତରଫରୁ ଏକ ସହାୟତା କେନ୍ଦ୍ର ଓ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଜନସଧାରଣଙ୍କ ସକାଶେ ଏକ ପ୍ରତୀକ୍ଷାଳୟର ଉଧଘାଟନ ଉତ୍ସବର ଆୟୋଜନ କରାଯାଇଥିଲା |ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଧଘାଟନ କରିଥିଲେ | ସମ୍ମାନୀୟ ଅତିଥି ରୂପେ ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ ବିଜୟ କୁମାର ମିଶ୍ର , ଅତିରିକ୍ତ ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଜମି ଅଧିଗ୍ରହଣ ତଥା ପୁନର୍ବାସ ଓ ଥଇଥାନ ଅଧିକାରୀ , ମହେନ୍ଦ୍ରଗଡ ରାଜେନ୍ଦ୍ର କୁମାର ରଞ୍ଜିତ , ଛେଳିଗଡ଼ ମୁଖ୍ୟ ସତ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ନାଥ , ଆର.ଉଦୟଗିରି ଗୋଷ୍ଠି ଉନୟନ ଅଧିକାରୀ ପ୍ରଦୀପ କୁମାର ନାୟକ ଓ ରଣଜିତ ନାୟକ ଏବଂ ଆର.ଉଦୟଗିରି ତହସିଲଦାର ସ୍ମୁତି ରଞ୍ଜନ ଶତପଥି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ  ଏବଂ ଏହି ସହାୟକ କେନ୍ଦ୍ର ଖୋଲିବା ଦ୍ୱାରା ଛେଳିଗଡ଼ ମୁଖ୍ୟ  ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ଜନସାଧାରଙ୍କ ସକାଶେ ଏହା ଏକ ଭଲ ପଦକ୍ଷେପ ହେବ ବୋଲି ବିଜ୍ଞାପିତ ବାସିନ୍ଦା ମାନେ ମତ ପ୍ରକାଶ କରିଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ