ମୋହନା ନିର୍ବାଚନ ମଣ୍ଡଳୀ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋହନା ବ୍ଲକ୍ ଅନ୍ତର୍ଗତ ପିଣ୍ଡିକି ଗ୍ରାମ ରମେଶ ତୋଟାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାସରଥି ଗମାଙ୍ଗ ସଭାପତିତ୍ବ କରିଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ପ୍ରଦେଶ କଂଗ୍ରେସ କମିଟିର ଶୁଭେନ୍ଦୁ ମହାନ୍ତି, ରାଜିବ ଗାନ୍ଧୀ ପଞ୍ଚାୟତିରାଜ ଫୋରମ୍ ର ଆବାହକ ବିସ୍ମୟ ମହାପାତ୍ର ଯୋଗଦେଇ ଗଜପତି ଜିଲ୍ଲା ତଥା ମୋହନା ନିର୍ବାଚନ ମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ଆଲୋଚନା ହୋଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଏହି ବୈଠକରେ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, ଗଜପତି ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର, ଗୁମ୍ମା ବ୍ଲକ୍ ଉପାଧ୍ୟକ୍ଷ ବି.ଗମାଙ୍ଗ, ଯୁବ କଂଗ୍ରେସ ନେତା ସମୀର ମହାରଣା ଏବଂ ବ୍ଲକ୍ କଂଗ୍ରେସ କମିଟି ସଦସ୍ୟମାନଙ୍କ ସହ ମୋହନା ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ ଆସନ୍ତା ନିର୍ବାଚନରେ କଂଗ୍ରେସକୁ ସୂଦୃଢ କରିବା ଲକ୍ଷ୍ୟରେ ଏଇ କଂଗ୍ରେସ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସେହିପରି ଚନ୍ଦ୍ରଗିରି ସ୍ଥିତ ଖସଡ଼ା ଜଳ ପ୍ରପାତ ନିକଟରେ ରାମ ମନ୍ଦିର ପ୍ରାଙ୍ଗଣରେ ଦଶଲକ୍ଷ୍ୟଟଙ୍କା ର କଲ୍ୟାଣି ମଣ୍ଡପ ନିର୍ମାଣ ପାଇଁ ମଧ୍ୟ ଶିଳା ନ୍ୟାସ କରିଛନ୍ତି |


