ଛୋଟ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର: କରୋନା ଯୋଗୁଁ ଲକଡାଉନ କଟକଣାକୁ ପାଳନ କରିବା ଦିଗରେ ବର୍ତ୍ତମାନ ସୁଦ୍ଧା ସାନ ସାନ ପିଲାମାନେ ସବୁଠୁ ଆଗରେ । ମଙ୍ଗଳବାର ଏ ବିଷୟରେ ଉଲ୍ଲେଖ କରି ଶ୍ରୀ ବାଗଚୀ କହିଥିଲେ ଯେ ଲକଡାଉନ ବେଳେ କୌଣସି ଛୋଟ ପିଲା ବାହାରେ ବୁଲିବାର ଦେଖାଯାଉନାହିଁ । ଅର୍ଥାତ ସେମାନେ କଟକଣାକୁ ଉଲ୍ଲଂଘନ କରିନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ସ୍ନେହ ଜଣାଇଚନ୍ତି ଏବଂ ପିଲାମାନେ ଘରେ ରହି ବଡ଼ମାନଙ୍କୁ ମଧ୍ୟ ଏ ଦିଗରେ ସଚେତନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।