ଜଗତସିଂହପୁର ଜିଲ୍ଲାର ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି
ଜଗତସିଂହପୁର (ଅନସୂୟା ରାଉତ) ଉପକୂଳ ବର୍ତ୍ତି ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆଠ ଗୋଟି ବ୍ଲକରେ ଗାଁ ଲୋକେ ଜଳବନ୍ଦୀ ଭାବେ ଦୁଇ ତିନି ହେବ ରହିଛନ୍ତି । ଏରସମା ଓ ବାଲିକୁଦା ବ୍ଲକର ୫୫ପଂଚାୟତର ଅଧିକାଂଶ ଗାଁ ଜଳ ଘେରରେ ଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବାଲକୁଦା ବ୍ଲକ ଦଶବାଟିଆ, ନହରଣା, ବାହାରଣା, ଅଳାଭର, ଵୋରିକିନା, ମୁଳୁଗାଁ, ତଣ୍ଡିକୁଳ, ଆଦି ପଞ୍ଚାୟତ ବାସୀ ଜଳବନ୍ଦୀ ଭାବେ ଭୋକ ଉପାସରେ ଦୁଇଦିନ ହେବ ରହିଥିବା ସୂଚନା ମିଳିଛି। ମୁଳୁଗାଁ ପଞ୍ଚାୟତ କରମଙ୍ଗ ,ସିଙ୍ଗରୀ ଜ ଇତଳଙ୍ଗ ,ମୁଳୁଗାଁ ଓ ଦଲଣା ପ୍ରଭୃତି ଗାଁରେ କେତେକ ଘରେ ପାଣିପଶି ମାଟି କାନ୍ଥ ଭୁଷୁଡି ପଡିଛି। ସିଙ୍ଗରୀ ଗାଁର ମୀନକେତନ ଭୋଇ, ବିରବର ଦାସ, ରମେଶ ରାଉତ, ସର୍ବେଶ୍ବର ରାଉତଙ୍କ କାନ୍ଥ ଭୁଷୁଡି ପଡିଛି। କାନ୍ଥ ତଳେ ଧାନ ମୁଗ ବିରି ପରି ଖାଦ୍ୟ ସାମଗ୍ରୀ ପୋତି ହୋଇ ପଡିଛି। କୃଷ୍ଣ ଦାସ ପୁର ଖାନାବାଡି ଗ୍ରାମରେ ବର୍ଷା ପାଣି ଘରେ ଘରେ ପଶି ଯାଇଛି। ମାଟି କାନ୍ଥ ଭୁଷୁଡି ପଡିଛି। କୋଠା ଘରେ ପାଣି ପଶି ଯିବାରୁ ଲୋକେ ଖଟ ଉପରେ ରୋଷେଇ କରି ଠିଆ ହୋଇ ରହୁଥିବା ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ସମସ୍ୟା ସୃଷ୍ଟି କରିଛି। କିନ୍ତୁ ଜିଲ୍ଲା ପ୍ରଶାସନ କିମ୍ବା ବ୍ଳକ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏଥି ପାଇଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଯଥା ଶୀଘ୍ର ଜଳ ବନ୍ଦୀ ଭିତରେ ଥିବା ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ସବୁ ମହଲରେ ଦାବି ହେଉଛି।