ଜଗତସିଂହପୁର ଜିଲ୍ଲା ପ୍ରଶାସନ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା

ଜଗତସିଂହପୁର,(ଅଭିଷେକ ତ୍ରିପାଠୀ):ଜଗତସିଂହପୁର ଜିଲ୍ଲା ପ୍ରଶାସନ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛି। ଲକଡାଉନ୍ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ସଂଧ୍ୟା ୭ଟାଠାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ସାଧାରଣ ଲୋକଙ୍କ ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।ଖବର ଅନୁଯାୟୀ ସୋମବାର ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି। ଏହାର ଅବଧି ଶେ‌ଷ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରେ ୧୨ଘଣ୍ଟିଆ କର୍ଫ୍ୟୁ ଜାରି ରହିବ। ଅତ୍ୟ‌ାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। କରୋନା ସଂକ୍ରମଣ ମୁକାବିଲାକୁ ପ୍ରଭାବଶାଳୀ କରିବା ନିମନ୍ତେ ପ୍ରଶାସନ ଏହି ନିଷ୍ପତ୍ତି ଗ୍ରହଣ କରିଛି। ଏପର୍ଯ୍ୟନ୍ତ ଜଗତସଂହପୁରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ଏହି ଜିଲ୍ଲା ଗ୍ରିନ୍ ଜୋନରେ ରହିଛି। ଏହାସତ୍ତ୍ଵେ ସତର୍କତାମୂଳକ ପଦକ୍ଷେପ ସ୍ଵରୂପ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଜିଲ୍ଲାରେ ମଦ ଦୋକାନ ଖୋଲିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ