ଜଗନ୍ନାଥ ଙ୍କ ଆଜ୍ଞାମାଳ ରେ ଆରମ୍ଭ ହେଲା ବାଲି ଯାତ୍ରା

ସୋରଡା, (ରଜନୀ ମହାପାତ୍ର):ସୋରଡା ଅଞ୍ଚଳ ର ଆରାଧ୍ୟା ଶ୍ରୀ ଶ୍ରୀ ମାଁ କନ୍ଧୁଣିଦେବୀ ଙ୍କ ପବିତ୍ର କଣ୍ଟାପିଢା ଯାତ୍ରା ର ଆଜି ଶୁଭାରମ୍ଭ ହୋଇଛି। ପ୍ରଥମ ଦିନ ର ମାଁ ଙ୍କ ବାଲି ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଦିନ ମାଁ କନ୍ଧୁଣି ଙ୍କ ଦେହୁରି ସେବାୟତ ମାନେ ଦୁଇଟି ନୂଆ ତାଟ ଧରି ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରେ ପହଞ୍ଚି ଠାକୁରଙ୍କ ଆଜ୍ଞାମାଳ ପାଇଁ ବରଣ କରିଥାନ୍ତି ଏବଂ ଯାତ୍ରା ର ସୁପରିଚାଳନା ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଶରଣାପନ୍ନ ହୋଇଥାନ୍ତି। ଜଗନ୍ନାଥ ଙ୍କ ଆଜ୍ଞାମାଳ ନେଇ ୧୬ କାଠି ବାଦ୍ୟ ବାଜଣା ସହ ବଡପୁଞ୍ଜା କାଳି ମନ୍ଦିର ସମୁଖ ଋଷିକୁଲ୍ୟା ନଦୀ ପାଖରେ ପହଞ୍ଚିଥାନ୍ତି ସେଠାରେ ଅନ୍ଧାର ଭିତରେ ଗୋଟିଏ ଗୁପ୍ତା ପୂଜା ଅନୁଷ୍ଠିତ ହୋଇଥାଏ। ଏହା ପରେ ପୁଣି ବାଦ୍ୟ ବାଜଣା ସହ ମାଁ ଙ୍କ ମନ୍ଦିର ଅଭିମୁଖେ ବାହାରି ଆଣିଥିବା ବାଲି କୁ ଗୋଟିଏ ଗୁପ୍ତ କୋଠରି ମଧ୍ୟ ରେ ରଖାଯାଏ, ଏବଂ ସେଥିରେ ଯାତ୍ରା ର ପ୍ରଥମ ମଙ୍ଗଳ ବାର ରେ ଭଜା ଯାଇଥିବା ପାଞ୍ଚ ଶସ୍ୟ ପକାଜେ ଯାହା ମାନକ ଅପାର କରୁଣା ରୁ ଗଜା ହୋଇଥାଏ। ଭଜା ଶସ୍ୟ ଗଜା ହେବାର ଏହା ପ୍ରକୃତି ର ଏକ ବିପରୀତ ଘଟଣା ହୋଇଥିଲେ ମଧ୍ୟ, ମାଁ ଙ୍କ ମହିମା ରୁ ତାହା ସମ୍ଭବ ହୋଇଥାଏ। କଣ୍ଟାପିଢା ଯାତ୍ରା ଦିନ ମାଁ କନ୍ଧୁଣିଦେବୀ ପୋଛୁଣି ଦେହ ରେ ବିରାଜିତ ହୋଇ ନଗର ପରିକ୍ରମା ସାରି କଣ୍ଟାଡୋଲି ରେ ବସିବା ପୂର୍ବ ରୁ ଏହି ଭୋଗ ଗ୍ରହଣ କରିଥାନ୍ତି ଏବଂ ଲୋକଙ୍କ ମଧ୍ୟ ରେ ବଣ୍ଟା ଯାଇଥାଏ। କଣ୍ଟାପିଢା ଯାତ୍ରା ପରିଚାଳନା କମିଟି ସଭାପତି ତଥା ବିଧାୟକ ନୀଳମଣି ବିଷୋୟୀ ମାଁ ଙ୍କ ଶରଣ ରେ ନିବେଦନ କରି ଯାତ୍ରା ଆରମ୍ଭ ପାଇଁ ଆଜ୍ଞା ଗ୍ରହଣ କରିଥିଲେ। ଜଗନ୍ନାଥ ଙ୍କ ମନ୍ଦିର ରେ ମା କନ୍ଧୁଣିଦେବୀ ଙ୍କ ପାରମ୍ପରିକ ସାଧକ ଶ୍ରୀ କାଳି ଚରଣ ଶତପଥୀ ଉପସ୍ଥିତ ରହି ଆଜ୍ଞାମାଳ କୁ ବନ୍ଦାପନା କରିଥିଲେ ପରେ ଦେହୁରି ସେବାୟତ ମାନେ ପାରମ୍ପରିକ ବନ୍ଦାପନା କରିବା ସହ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଶରଣାମ୍ପନ ହୋଇ ଆଜ୍ଞାମାଳ ଧରି ଯାତ୍ରା ରେ ବାହାରିଥିଲେ। ମନ୍ଦିର ପରିଚାଳନା କମିଟି ସଭାପତି ଶିବ ପ୍ରସାଦ ସୁଆର ସମେତ ସମସ୍ତ ସଦସ୍ୟ, ଯାତ୍ରା ପରିଚାଳନା କମିଟି ସମ୍ପାଦକ ରଜନୀ ମହାପାତ୍ର, ଉପସଭାପତି ଦୂର୍ଗା ଚରଣ ଶତପଥି,ସହ ସମ୍ପାଦକ କୈଲାସ ଚନ୍ଦ୍ର ପଣ୍ଡା ଓ କୋସାଧକ୍ଷ ପ୍ରମୋଦ ଅଧିକାରୀ ଙ୍କ ସମେତ ଥାନା ଅଧିକାରୀ ଅନିଲ କୁମାର ପରିଡା ସମେତ ଶତାଧିକ ଭକ୍ତ ବୃନ୍ଦ ଏହି ବାଲି ଯାତ୍ରା ରେ ସାମିଲ ହୋଇଥିଲେ। ଏହି ଯାତ୍ରା ଆଗାମୀ ୧୦ ଦିନ ଧରି ଚାଲିବା ସହ ଆଶ୍ଵିନ କୃଷ୍ଣ ଅଷ୍ଟମୀ ତଥା ମୁଲାଷ୍ଟମୀ ରେ ସମାପନ ହେବ ଏହି ଅବସର ରେ ମାଁ କନ୍ଧୁଣିଦେବୀ ମହୋତ୍ସବ ୨୦ ରୁ ଆରମ୍ଭ ହୋଇ ୨୩ ରେ ସମାପନ ହେବ ବୋଲି ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି। ଏହି ଅବସର ରେ ପି ଆର କ୍ରିଏସନ ତରଫରୁ ଗାୟକ ଅସୀମା ପଣ୍ଡା ଓ ସଂଗୀତ ରଚନା ଓ ଗାୟକ ପିତାମ୍ବର ଗୌଡ ଙ୍କ ୨୦୨୪ କନ୍ଧୁଣିଦେବୀ ଙ୍କ ଉପରେ ସ୍ଵତନ୍ତ୍ର ଭଜନ ଗୀତ କୁ ଉନ୍ମୋଚନ କରିଥିଲେ, ସୋରଡା ବିଧାୟକ ତଥା ସଭାପତି ନୀଳମଣି ବିଷୋୟୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ