ଜଗନ୍ନାଥ ପ୍ରସାଦ ବ୍ଲକ୍ କ୍ଷେତମୁଣ୍ଡାଳି ପଞ୍ଚାୟତରେ ବିହନ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ କ୍ଷେତମୁଣ୍ଡାଳୀ ଗ୍ରାମ ପଞ୍ଚାୟତ ସିଶୁଣ୍ଡା ଠାରେ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ସହକାରୀ କୃଷି ଅଧିକାରୀ ଶ୍ରୀ ଅଭିଜିତ୍ ପ୍ରଧାନଙ୍କ ନେତୃତ୍ୱରେ ବିହନ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଇ କାର୍ଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦ ସର୍କଲ ର ସହକାରୀ କୃଷି ଅଧିକାରୀ ଶ୍ରୀମତୀ ସଂଯୁକ୍ତା ପାତ୍ର, ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀ ନରେନ୍ଦ୍ର କୁମାର ପାଣିଗ୍ରାହୀ, ସହକାରୀ ବୈଷୟିକ ପରିଚାଳକ ଶ୍ରୀ ବିଜ୍ଞକାନ୍ତ ପ୍ରଧାନ, କୃଷକ ସାଥୀ ଶ୍ରୀ ରତ୍ନାକର ଗୌଡ଼, ରମେଶ କୁମାର ସାହୁ ଏବଂ ୫୦ ରୁ ଅଧିକ କୃଷକ ଯୋଗଦେଇଥିଲେ । କଥାରେ ଅଛି ଭଲ ବିହନ ଭଲ ଫସଲ । ଶ୍ରୀ ପ୍ରଧାନ ଚାଷୀ ଭାଇମାନଙ୍କୁ ସମସ୍ତ ପ୍ରକାର ଫସଲର ରୋଗ ଓ ତାହାର ନିରାକରଣ କିପରି କରିପାରିବା । ତା ସହ ଭୌତିକ ପ୍ରଣାଳୀ, ରାସାୟନିକ ପ୍ରଣାଳୀ, ଜୈବିକ ପ୍ରଣାଳୀ, ରୋଗପୋକ ନିୟନ୍ତ୍ରଣ, ଔଷଧ ସିଞ୍ଚନ ବିଷୟରେ ଆଲୋଚନା କରିଥିଲେ । ବିହନକୁ ରୋଗମୁକ୍ତ କରିବାକୁ ହେଲେ ବିହନ ବିଶୋଧନ କରିବା ଅତ୍ୟନ୍ତ ଜରୂରୀ ଏବଂ ବିହନ ବିଶୋଧନ ଏକ ପ୍ରତିଷେଧକ ବ୍ୟବସ୍ଥା ଯାହା ଦ୍ଵାରା ସ୍ବଳ୍ପ ଖର୍ଚ୍ଚରେ ମଧ୍ୟ ଫସଲକୁ ସୁରକ୍ଷା ଦେଇପରିବା ବୋଲି ଶ୍ରୀ ପ୍ରଧାନ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ