ବୁଗୁଡା ୯୨.୩୬ % ଶିଶୁଙ୍କୁ ପୋଲିଓ ବୁନ୍ଦା
ବୁଗୁଡା ,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକରେ ୧୧,୩୮୧ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବାକୁ ଥିବାବେଳ ରବିବାର ଦିନ ୧୦,୫୧୨ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଇ ୯୨.୩୬ ପ୍ରତିଶତ ସଫଳ ହୋଇପାରିଛି। ବୁବୁଡ ବ୍ଲକରେ ୬୯ ଟି କେନ୍ଦ୍ରରେ ପୋଲିଓ ଦେବାପାଇଁ ବ୍ୟବସ୍ଥା ହୋଇଥିବା ବେଳେ ବୁବୁଡା, ବାଲିପଦର ଓ କରସିଙ୍ଗି ବସଷ୍ଟାଣ୍ଡରେ ମଧ୍ୟ ଯାତ୍ରୀବାହୀ ବସରେ ଯାଉଥିବା ଶିଶୁଙ୍କୁ ମଧ୍ୟ ପୋଳିଓ ବୁନ୍ଦା ଦିଆଯାଇଛି। ଜନ୍ମଗ୍ରହଣ ଠାରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଆଜି ମୋଟ ୧୦,୫୧୨ ଜଣ ଶିଶୁଙ୍କୁ ପୋଲିଓ ଦେବାପାଇଁ ୬୦୯ ଭାଇଲ ପୋଲିଓ ଖର୍ଚ୍ଚ ହୋଇଛି। ଅବଶିଷ୍ଟ ଶିଶୁଙ୍କୁ ଫେବୃଆରୀ ୧ ଓ ୨ ତାରିଖରେ ଘରକୁ ଯାଇ ପୋଲିଓ ବିନ୍ଦୁ ଦିଆଯିବ ବୋଲି ବୁଗୁଡା ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି।


