ଜଙ୍ଗଲରେ ଅଫିମ ଚାଷQ ଠାବ

ଉଦଳା,(ୱାଇ .ଏନ.ଏସ): ପୋଲିସ, ଜଙ୍ଗଲ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉରେ ପୋଡ଼ାଡିହା ଜଙ୍ଗଲରେ ଅଫିମ ଚାଷ ଠାବ l ଗଛକୁ ଓପାଡି ନିଆଁ ଲଗାଇ ନଷ୍ଟ କଲା ବିଭାଗ l ତେବେ କିଏ ଆଉ କେବେରୁ ଏହି ଚାଷ କରିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ l ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ କପ୍ତିପଦା ବନାଞ୍ଚଳ ପୋଡ଼ାଡିହା ଗାଁ ଜଙ୍ଗଲ ଭିତରୁ ୪୦ ଢେସ୍ମିଲ ଜାଗାରେ ଅଫିମ ଚାଷ କୁ ଠାବ କରିଛି ପୋଲିସ l ଜଙ୍ଗଲ ଭିତରେ ଅଫିମ ଚାଷ l ବୋଧ ହୁଏ ଏମିତି ଚାଷ କେବେ କାହିଁ କାଳରୁ ଚାଲି ଆସୁଛି l ଅବକାରୀ ବିଭାଗ ଏତେ ଶୀଘ୍ର ତାର ସନ୍ଧାନ ପାଇବାଟା ହାସ୍ୟାସ୍ପଦ ଜନକ ପଦବାଚ୍ୟ ହୋଇଛି l ତେବେ ଜିଲ୍ଲାରେ ସବୁ ଜାଗାରେ ମଦର ଆସର କେଉଁଠି ଡୁପ୍ଲିକେଟ ମଦ ତିଆରି ଚାଲିଛିତ ଆଉ କେଉଁଠି ଦେଶୀ ମହୁଲି ମଦ ବିପୁଳ ପରିମାଣରେ ଗଛିତ କରି ଚୋରା ଚାଲାଣ ବଢ଼ିବାରେ ଲାଗିଛି, ତେବେ ବିଭାଗ ପକ୍ଷରୁ ଲୋକ ଦେଖାଣିଆ କାମ କରି ସାଧୁବାଦ ନେଉଛି ବିଭାଗ, ଆଉ ଅନ୍ୟ ପଟେ ମୋଟା ଅଙ୍କର ଅର୍ଥ ପକେଟ କୁ ମିଳି ଯାଉଛି,ଏଠି ମଦ ମାଫିଆ ସାଜିଛନ୍ତି ସର୍ବେସର୍ବl ଯିଏ ବଟିଦେଲା ସେ ଭଲ ଯିଏ ନଦେଲା ତା ବେଳ ଖରାପ ହେଲା ମାଫିଆ ସାଜି ଛନ୍ତି ଦଲାଲ ଯାହା ସାଧାରଣରେ ଆଲୋଚନା ହେଉଛି l ଚେଇଁ ଶୋଇ ଯାଇଛି ବିଭାଗ… ଠିପି ବନ୍ଦ ଦୋକାନ ଭିତରେ ଠିପି ଖୋଲା ବାର ହୋଇଯାଇଛି.. ନାଁ ଅଛି ସମୟ ନିର୍ଘଣ୍ଟ.. ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିନଦାସ ରେ ଖୁଲମ ଖୁଲା ଚାଲିଛି ମଦ ଦୋକାନ, ଉଦଳା ଅଞ୍ଚଳ ରେ ଏଭଳି କିଛି ଦେଖିବାକୁ ମିଳୁଛି, ବୋଧହୁଏ ଏଠି ଭଲ ଭାବେ ମଧୁ ଚନ୍ଦ୍ରିକା ଚାଲିଛି, କାହିଁକିନା ଯଦି ଅଧିକାରୀ ଏ ବିଷୟରେ ଜାଣି ନାହାନ୍ତି, ତେବେ ଏସବୁ ତଦାରଖ କରିବା ନିଶ୍ଚିତ ଜରୁରୀ,ତେବେ କେଵେ ଏହି ଅମାନିଆଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ,ସରକାର କରିବେ କି ଏହାର ସମାଧାନ l ଏଭଳି ପରିସ୍ଥିତିରେ ବିଶେଷ ସୂତ୍ରରୁ କପ୍ତିପଦା ପୋଲିସ କୁ ପୋଡ଼ାଢିଆ ଅଞ୍ଚଳ ଜଙ୍ଗଲ ଭିତରେ ରେ ଅଫିମ ଚାଷ ହୋଇଥିବା ର ସୂଚନା ପାଇ ଥିଲା, ଆଉ ଏହାପରେ କପ୍ତିପଦା ପୋଲିସ, ଜଙ୍ଗଲ ବିଭାଗ, ଆର. ଆଇ, ତହସିଲଦାର ଏବଂ ଅବକାରୀ ବିଭାଗ ମିଳିତ ଭାବରେ ପୋଡ଼ାଢିଆ ଅଞ୍ଚଳ ରେ ଚଢ଼ାଉ ଜାରି ରଖିଥିବା ବେଳେ ଜଙ୍ଗଲ ଭିତରେ ଆନୁମାନିକ ୪୦ ଢେସ୍ମିଲ ଜାଗାରେ ଏହି ଅଫିମ ଚାଷ ହୋଇ ଥିବା ଦେଖିବାକୁ ମିଳିଛି l , ତେବେ ଘଟଣା ସ୍ଥଳରେ ସବୁ ଅଫିମ ଗଛ ଓପାଡି ସେଥିରେ ନିଆଁ ଲଗାଇ ନଷ୍ଟ କରି ଛନ୍ତି l ତେବେ ଏହି ଘଟଣାରେ କେହି ଗିରଫ ହୋଇ ନଥିବା ର ସୂଚନା ହସ୍ତଗତହୋଇଛି….ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି, କିଏ ଏହାର ମାଷ୍ଟର ମାଇଣ୍ଡ ତାହାର ତଦନ୍ତ କରୁଛି ବିଭାଗ l ତେବେ କପ୍ତିପଦା ପୋଲିସ ଏବେ ଆକ୍ସସନ ମୋଡରେ, ବାଲି ପଥର ପରେ ଏବେ ଅଫିମ ଉପରେ ଛlପା ମାରିଛି l ତେବେ କପ୍ତିପଦା ପୋଲିସ ଅଧିକାରୀ ଏଭଳି ଚଢ଼ାଉ ଆଗକୁ ଜାରି ରହିବ ବୋଲି ସୂଚନା ପ୍ରଦାନ କରିଛନ୍ତି l ଯେଉଁ କାମ ବିଭଗ କରି ପାରିଲା ନାହିଁ ସେହି କାମ ପୋଲିସ ଠାବ କରି ଥିବା କଥା ଏବେ ଅଞ୍ଚଳ ରେ ଚର୍ଚ୍ଚାହେବାରେ ଲାଗିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ