ଜଙ୍ଗଲରେ ଝୁଲୁଛି ୨ ଯୁବତୀଙ୍କ ଶବ
ନୁଆପଡା (ଯୁଗାବ୍ଦ ନ୍ୟୁଜ ) : ଲଖନପଟା ପୁଟକେଲପଡା ଜଙ୍ଗଲର ଗଛରେ ଝୁଲୁଛି ୨ ଯୁବତୀଙ୍କ ଶବ । ସୁଚନା ଅନୁଯାୟୀ ୨ ଜଣ ଯୁବତୀ ମିଶି ଗତ ୧୧ ତାରିଖ ଦିନ ନିକଟସ୍ଥ ହାଟକୁ ଯାଇଥିଲେ ସେହି ଦିନ ଠାରୁ ଆଉ ଘରକୁ ଫେରିନଥିଲେ । କୈାଣସି କାରଣରୁ ଲୋକମାନେ ଯୁବତୀଙ୍କ ଶବ ଝୁଲୁଥିବା ଦେଖି ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଦୁଇଟିକୁ ଜବତ କରିଛି । ପୋଲିସ ଦୁଇ ଯୁବତୀଙ୍କ ଶବବ୍ୟବଛେଦ ପରେ ରିପୋର୍ଟ ଆଧାର କରିଲା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଜଣାପଡିବ । ଏହି ଘଟଣା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି ।