ଜଙ୍ଗଲ ନିଆଁ ସଚେତନତା ପାଇଁ କ୍ରିକେଟ ଟର୍ଣାମଣ୍ଟ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ସାମନ୍ତିଆ ପଲ୍ହି ବନାଞ୍ଚଳ ପକ୍ଷରୁ ମହନ୍ତ ଶ୍ରୀ ପରାଙ୍କୁଶ ବିଦ୍ୟାପୀଠ ଠାରେ ଜଙ୍ଗଲ ନିଆଁ ସଚେତନତା ଉପରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମେଚ୍ଚ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ବ୍ୟାଟିଂ କାର ଅନୁନିଷ୍ଟିକ ଭାବେ ଏହାର ଶୁଭାରମ୍ଭ କରି ଥିଲେ।ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋଖର, ସାମନ୍ତିଆପଲ୍ଲୀ ଏସ ସି ଅଫ୍ ମନୋଜ କୁମାର ପାତ୍ର, ସାମ୍ବାଦିକ ରବିନ୍ଦ୍ର କୁମାର ମିଶ୍ର ପ୍ରମୁଖ ମହନ୍ତ ପରାଙ୍କୁଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଞ୍ଚାସୀନ ଥିଲେ। ଏସ ସି ଅଫ୍ ପ୍ରାଥମିକ ଭାଷଣ ଦେବା ସହ ଉଭୟ ଦଳକୁ ସମ୍ମାନିତ କରିଥିଲେ।ସାମ୍ବାଦିକ ଏକାଦଶ ଏବଂ ବନବିଭାଗ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସାମ୍ବାଦିକ ଏକାଦଶ ପ୍ରଥମେ ବ୍ୟାଟିଂ କରି ଦଶ ଅଭରରେ ୧୪୫ ରନ କରିଥିବା ବେଳେ ପ୍ରତି ଜବାବରେ ସାମନ୍ତିଆପଲ୍ଲୀ ବନାଞ୍ଚଳ ଏକାଦଶ ଦଶ ଓଭରରେ ୧୦୧ ରନ ସଂଗ୍ରହ କରି ୪୫ ରନରେ ପରାଜିତ ହୋଇଥିଲେ | କ୍ରୀଡ଼ା ଶିକ୍ଷକ ଅରୁଣ କୁମାର ମହାନ୍ତି ଓ କେଦାର ଅଧିକାରୀ ମ୍ୟାଚରେ ଏମ୍ପାୟାର ଦାୟିତ୍ୱ ତୁଲାଇ ଥିବା ବେଳେ ବହୁ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି ସହାୟତା କରିଥିଲେ।ଦୁଇ ଦଳକୁ ସିଲ ଦେଇ ସମ୍ବର୍ଦ୍ଧନା କରାଯାଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ