ଜଙ୍ଗଲ ସୁରକ୍ଷା ଆମରି ଦୀକ୍ଷା
ଭଞ୍ଜନଗର , (ସନ୍ତୋଷ କୁମାର ଜେନା) : ଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ ଭାଗ ଦୁଇ ଜାପାନ ଅନ୍ତର୍ଜାତୀୟ ସହଯୋଗୀ ସଂସ୍ଥାର ସହାୟତାରେ ଜଙ୍ଗଲ ବିଭାଗ ଅଧୀନରେ ଗଞ୍ଜାମ ଜିଲ୍ଲାର ଘୁମୁସର ଉତ୍ତର ବନଖଣ୍ଡରେ ଏହା କାର୍ଯ୍ୟକାରୀ ହେଉଛି । । ଉକ୍ତ କାର୍ଯ୍ୟକ୍ରମ ତୃତୀୟ ବର୍ଷ କାର୍ୟ୍ୟକାରୀ ହେବାକୁ ଥିବା କେନ୍ଦ୍ରୀୟ ବନାଞ୍ଚଳ ଓ ତାରସିଂ ବନାଞ୍ଚଳ ପାଇଁ ନିର୍ଦେଶନାମା ଜାରି ହୋଇସାରିବା ପରେ ଏହି ପ୍ରକଳ୍ପ କେଉଁ କେଉଁ ବନ ସଂରକ୍ଷଣ ସମିତିରେ କାର୍ୟ୍ୟକାରୀ ହେବ ସେ ନେଇ ଏକ ପ୍ରକାର ଚାଞ୍ଚଲ୍ୟତାର ବାତାବରଣ ସୃଷ୍ଟି ହୋଇଛି । ଇତି ମଧ୍ୟରେ କେନ୍ଦ୍ରୀୟ ବନାଞ୍ଚଳ ଅଧୀନରେ ଭଞ୍ଜନଗର ବନପାଳଙ୍କ ଅଂଚଳରେ ଅବସ୍ଥାପିତ ଗୁଦିପଦର ଗ୍ରାମରେ ସମସ୍ତ ଗ୍ରାମ ବାସି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ସ୍ଥାନୀୟ ବନପାଳ ଶଙ୍କର୍ଷଣ ଗୌଡ଼ଙ୍କ ଉପସ୍ଥିତି ରେ ଜଙ୍ଗଲ ସୁରକ୍ଷା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ବାସୀଙ୍କ ଜଙ୍ଗଲ ପ୍ରତି ଅନାବିଳ ପ୍ରେମ ଏବଂ ମହିଳା ମାନଙ୍କ ଜଙ୍ଗଲ କୁ ଜଗିବା ରେ ଅହେତୁକ ସାହାସ ଉପସ୍ଥିତ ଥିବା କ୍ଷେତ୍ରୀୟ ପରିଚାଳନା ସଂସ୍ଥାନ ର ଦୁଇ ସଂଯୋଜକ ସନ୍ତୋଷ କୁମାର ଡାକୁଆ ଓ ପ୍ରଶାନ୍ତ ସାହୁଙ୍କୁ ବିସ୍ମିତ କରିଥିଲା । ଗ୍ରାମବାସୀ ମାନେ ଜଙ୍ଗଲକୁ ନିଜସ୍ୱ ସମ୍ପତି ପରି ସୁରକ୍ଷାର ଆଢୁଆଳରେ ରଖିବା ପାଇଁ ଦୀକ୍ଷାରେ ଅଭିମନ୍ତ୍ରୀତ ହୋଇଥିଲେ । ପ୍ରକଳ୍ପ କାର୍ଯ୍ୟକାରୀ ହେବ ପୂର୍ବରୁ ଖୋଲା ଜଙ୍ଗଲ ଜାଗା ସର୍ବେକ୍ଷଣ ତଥା ନୂତନ ଜଙ୍ଗଲ ପାଇଁ ଜାଗା ଚୟନ ଏବଂ ବନସୁରକ୍ଷା ସଭାଗୃହ ତଥା ବିଭିନ୍ନ ପ୍ରକାର ଉତ୍ପାଦନ ଅଭିବୃଦ୍ଧି ଗୃହ ନିର୍ମାଣ ପାଇଁ ରାଜସ୍ବ ବିଭାଗର ସହଭାଗିତାରେ ଉପଯୁକ୍ତ ଜାଗା ନିରୂପଣ କରିବା ପାଇଁ ସଂଯୋଜକ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ।ଉପସ୍ଥିତ ସମସ୍ତ ସଭ୍ୟାଙ୍କୁ ବନରଖି କିରଣ ଶୋଭା ଧନ୍ୟବାଦ ଜ୍ଞାପନ କରିଥିଲେ ।