ଜଣେ ସେବାୟତଙ୍କୁ କରୋନା
ଭୁବନେଶ୍ୱର : ଶ୍ରୀମନ୍ଦିରର ଜଣେ ସେବାୟତଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ନେଗେଟିଭ ଥିବା ସେବାୟତମାନଙ୍କୁ ନେଇ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ସେବାୟତମାନଙ୍କ କୋଭିଡ଼ ପରୀକ୍ଷା ହୋଇଥିଲା । ୧୧୪୩ ସେବାୟତଙ୍କୁ ପରୀକ୍ଷଣ କରାଯାଇଥିବାବେଳେ ଜଣେ କରୋନା ପଜିଟିଭ ଥିବା ସୂଚନା ଦିଆଯାଇଛି । ଅପରପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଂଟାକ୍ଟ ଟ୍ରେସିଂ କରାଯିବା ସହ ସେହି ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ତେବେ ସେହି ଆକ୍ରାନ୍ତ ସେବାୟତ ଜଣଙ୍କ ଅନ୍ୟ କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ । ମିଳିଥିବା ସୂଚନାନୁଯାୟୀ, କୋଭିଡ଼ ୧୯ ପରୀକ୍ଷଣରେ ନେଗେଟିଭ ଆସିଥିବା ୮୦୦ ସେବାୟତ ରଥଯାତ୍ରାରେ ସାମିଲ ଅଛନ୍ତି । ପୁରୀ ଜିଲ୍ଲାକୁ ମଙ୍ଗଳବାର ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ସଟଡାଉନ କରାଯାଇଛି ।