ଜଣ ପିଛା ୬ ଶହ ଟଙ୍କାରେ ୬୦ ଲକ୍ଷ ପ୍ରବାସୀ ଯାତ୍ରା କରିଛନ୍ତି: ରେଲୱେ

ନୂଆଦିଲ୍ଲୀ: ଏଯାବତ ଦେଶରେ ୬୦ ଲକ୍ଷ ପ୍ରବାସୀ ରେଲୱେ ଯୋଗେ ଘରକୁ ଫେରିଛନ୍ତି। ଜଣେ ପ୍ରବାସୀଙ୍କ ଗସ୍ତ ବାବଦରେ ପ୍ରାୟ ୬ ଶହ ଟଙ୍କା ଖର୍ଚ୍ଚ ହୋଇଛି। ଏହିପରି ଭାବେ ମୋଟ ୩୬୦ କୋଟି ଟଙ୍କା ରାଜସ୍ବ ବ୍ୟୟ ହୋଇଛି। ମାତ୍ର ଏହି ରାଜସ୍ବର କେବଳ ୧୫ ପ୍ରତିଶତ ରେଲୱେକୁ ମିଳିଥିଲା ବେଳେ ୭୫ ପ୍ରତିଶତ ରେଲୱେକୁ ବହନ କରିବାକୁ ପଡ଼ିଛି। ବିଭିନ୍ନ ରାଜ୍ୟକୁ ଏହାର ଭରଣା ପାଇଁ କୁହାଯାଇଥିଲେ ବି ତାହା ଏଯାବତ ମିଳିନି ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି। ମେଲ ଏକ୍ସପ୍ରେସରେ ଶ୍ରମିକମାନେ ଯାତ୍ରା କରିଥିଲେ ବି ସେମାନଙ୍କ ଠାରୁ ସ୍ଲିପର କ୍ଲାସ ଭଡ଼ା ଆଦାୟ ହୋଇଛି। ମାତ୍ର ଏହି ବାବଦରେ ରେଲୱେକୁ ଜଣ ପଛା ୩ ହଜାର ୪ ଶହ ଟଙ୍କା ବ୍ୟୟ କରିବାକୁ ପଡ଼ିଛି। ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କ ସୂଚନାନୁସାରେ ଗତ ମେ’ ୧ରୁ ଏଯାବତ ଦେଶରେ ୪ ହଜାର ୪୫୦ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଛି। ଜୁନ ୧୪ ତାରିଖ ସୁଦ୍ଧା ଶମିକ ସ୍ପେଶାଲ ଟ୍ରେନ ସେବା ବନ୍ଦ କରିବା ପାଇଁ ଲକ୍ଷ୍ୟ ରଖିଥିଲୁ। ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ପୁଣି ଏହାର ଅବଧିକୁ ବଢ଼ାଇ ଦିଆଯାଇଛି। ବିଭିନ୍ନ ରାଜ୍ୟକୁ ସେମାନଙ୍କର ଆବଶକତା ଜଣାଇବା ପାଇଁ ରେଲୱେ ପକ୍ଷରୁ କୁହାଯାଇଛି। ଏହା ମଧ୍ୟରେ କେରଳ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜରାଟ ଓ ଜମ୍ମୁ-କଶ୍ମୀର ସରକାର ସେମାନଙ୍କର ଆବଶକତା ଜଣାଇ ସାରିଛନ୍ତି ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ଯାଦବ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ