ଜନବସତିରୁ କୁକୁଡ଼ା ଫାର୍ମ ଉଚ୍ଛେଦ ଦାବି କଲେ ଗ୍ରାମବାସୀ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ବାଲିବରେଇ ପଞ୍ଚାୟତ ଡାହିସାହିର ଜନବସତି ମଧ୍ୟରେ ଏକାଧିକ ବ୍ରଏଲର କୁକୁଡ଼ା ଫାର୍ମ ଜନବସତିର ସମ୍ପୂର୍ଣ୍ଣ ପରିବେଶକୁ ଅସନ୍ତୁଳିତ କରୁଥ‌ିଲା। ଗ୍ରାମବାସୀଙ୍କ ଦାବି ଓ ଆନ୍ଦୋଳନ ଚେତାବନୀ ପରେ ତାହା ବନ୍ଦ ରହିଥିବା ବେଳେ ଏବେ ପୁନର୍ବାର ଫାର୍ମ ଗୁଡିକ ଚଳାଇବାକୁ ପ୍ରସ୍ତୁତ ଆରମ୍ଭ ହୋଇ ଥିବାରୁ ଗ୍ରାମବାସୀମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁଯାଇ ଗ୍ରାମବାସୀଙ୍କ କହିବାନୁସାରେ, ବ୍ରଏଲର ଫାର୍ମ କରିଥିବା ମାଲିକମାନେ ଛେଳି ଚାଷ କରିବା ପାଇଁ ଗୃହ ନିର୍ମାଣ କରିଥିଲେ ସୁଦ୍ଧା ପରବର୍ତୀ ସମୟରେ ସେମାନେ ସେଠାରେ ବ୍ରଏଲର କୁକୁଡ଼ା ଚାଷ ଆରମ୍ଭ କରିଥିଲେ। ଜନବସତିପୂର୍ଣ୍ଣ ଜାଗାରେ ଗୋଟିଏ ନୁହେଁ ତିନି ତିନୋଟି ବ୍ରଏଲର ଫାର୍ମ ଯୋଗୁଁ ଲୋକଙ୍କ ଖାଇବା, ପିଇବା, ଶୋଇବା, ବସିବା ପୂରାପୂରି ଦୁର୍ଭିସହ ହୋଇଯାଇଥ‌ିଲା। କୁକୁଡ଼ା ଫାର୍ମରୁ ନିର୍ଗତ କୁକୁଡ଼ା ମଳ ଜନବସତି ନିକଟରେ ପଡୁଥ‌ିବାରୁ ଦୁର୍ଗନ୍ଧରେ ଲୋକମାନେ ଘରେ ରହିପାରୁ ନଥିଲେ। ବର୍ଷାଦିନେ ଦୁର୍ଗନ୍ଧ ଓ ମାଛିମାନଙ୍କର ମାତ୍ରା ଅତ୍ୟଧିକ ହେବାରୁ ବଡ଼ ମଣିଷଙ୍କ ଅପେକ୍ଷା କୁନି କୁନି ପିଲାମାନେ ବିଭିନ୍ନ ରୋଗରେ ପଡୁଥିଲେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ସବର୍ଣ୍ଣ ଓ ଆଦିବାସୀ ପରିବାର ଲୋକେ ଏହାକୁ ନେଇ ତୀବ୍ର ବିରୋଧ କରିବା ସହିତ ଏସବୁ କୁକୁଡ଼ା ଫାର୍ମ ଜନବସତି ମଧ୍ୟରୁ ତୁରନ୍ତ ଉଚ୍ଛେଦ କରିବାକୁ କଡ଼ା ଦାବି କରିବା ପରେ ପ୍ରଶାସନ ଫାର୍ମ ଗୁଡ଼ିକୁ ବନ୍ଦ କରିଥିଲା। ମାତ୍ର ଏବେ ପୁନର୍ବାର ଫାର୍ମ ଗୁଡ଼ିକୁ ଚଳାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ସରକାର ଅନୁମତି ଦେଇଥିବା ଗ୍ରାମବାସୀ ମାନେ ଜାଣିବା ପରେ ଏହାକୁ ବନ୍ଦ କରିବା ଦାବିନେଇ ଦଶରଥ ମୁର୍ମୁ, ରଥ ଟୁଡୁ, ଚକ୍ର ହାଁସଦା, ବର୍ଷା ମୁର୍ମୁ, ଝୁମୁରି ହାଁସଦା, ଜଗନ ମୁର୍ମୁ, ଦୁଲ୍ଲୀ ମାଝୀ, ମିନତୀ ମୁର୍ମୁ, ରମେଶ ରାଉତ, ଶାନ୍ତିଲତା ସାମଲ, ନିତ୍ୟାନନ୍ଦ ବିଶ୍ୱାଳ, ସୁକାନ୍ତି ରାଉତ, ସୁବାସିନୀ ବେହେରା ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ