ଜନଶୂନ୍ୟ ହୋଇପଡିଛି ଜିରାଙ୍ଗ ବୌଦ୍ଧ ମନ୍ଦିର
ମୋହନା , (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ୍ର ବିଭିନ୍ନ ସ୍ଥାନରେ ରହିଛି ବହୁ ପର୍ଯ୍ୟଟନସ୍ଥଳୀ । ସେଥି ମଧ୍ୟରୁ ଅନ୍ୟତମ ହେଉଛି ଜିରାଙ୍ଗ ବୌଦ୍ଧ ମନ୍ଦିର ଏସିଆ ମହାଦେଶର ଦ୍ୱିତୀୟ ବୃହତମ ବୌଦ୍ଧ ମନ୍ଦିର ଯାହାକି ଭାରତରେ ଓଡ଼ିଶା ଗଜପତି ଜିଲ୍ଲା ମୋହନା ବ୍ଲକ୍ ଜିରାଙ୍ଗରେ ଅବସ୍ଥିତ ଏଠି ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକମାନେ ଆସନ୍ତି ଦେଖିବା ପାଇଁ ଏଠାରେ କଳାକୃତି ଓ ବୌଦ୍ଧଙ୍କ ସ୍ୱର୍ଣ୍ଣ ପ୍ରତିମା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏବଂ ଏଠିକାର ପର୍ବ ମଧ୍ୟ ଅତି ଧୂମଧାମ୍ରେ ପାଳନ କରାଯାଏ ନିଜ ପାରମ୍ପାରିକ ଭେଷଭୂଷା ମାଧ୍ୟମରେ ପାଳନ କରାଯାଏ । ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ଼ ଜମିଥାଏ । ଏହାର ଚର୍ତୁପାଶ୍ୱ ଅତି ସୁନ୍ଦର ଓ ଶାନ୍ତି ପରିବେଶ ମଧ୍ୟରେ ଥିବାରୁ ଆସୁଥିବା ପର୍ଯ୍ୟଟକ ବା ଜନସାଧାରଣ ମନଭରି ଉପଭୋଗ କରିଥାନ୍ତି । ମାତ୍ର ଏବେ କରୋନା ମହାମାରୀ ଯୋଗୁଁ ସରକାରଙ୍କ ତାଲାବନ୍ଦ ନିର୍ଦ୍ଦେଶକ୍ରମେ ସବୁ ମନ୍ଦିର ମସ୍ଜିଦ ତଥା ପୀଠସ୍ଥଳୀ ବନ୍ଦ ରହିଥିବା ବେଳେ ଏହି ବୌଦ୍ଧ ମନ୍ଦିର ମଧ୍ୟ ବନ୍ଦ କରିଦିଆଯାଇଛି । ଯେଉଁଠାରେ ହଜାର ହଜାର ଜନସମାଗମ ହେଉଥିଲା ତାହା କରୋନା ପ୍ରଭାବରେ ଚାରିଆଡ଼େ ଶୂନଶାନ ପାଲଟିଛି ।