ଜନସେବା କେନ୍ଦ୍ର ଦେଇ କମ୍ପାନୀ ୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜମ ବ୍ଲକ ଅନ୍ତର୍ଗତ କହକପୁର ଗ୍ରାମରେ ଥିବା ଜନସେବା କେନ୍ଦ୍ରର ପରିଚାଳକ ରଶ୍ମିରଞ୍ଜନ ତ୍ରିପାଠୀ(୨୩)ଙ୍କ ଠାରୁ ୭ ଲକ୍ଷ ଟଙ୍କା କମ୍ପାନୀ ଠକିଥିବା ଅଭିଯୋଗ ହୋଇଛି ।ଗତ ପାଞ୍ଚ ବର୍ଷ ପୂର୍ବରୁ ରଶ୍ମିରଞ୍ଜନ ନିଜ ଗ୍ରାମ କହକପୁରରେ ଏକ ଜନସେବା କେନ୍ଦ୍ର ଖୋଲିଥିଲେ ।ଏହି ଜନସେବା ଶାଖାଟି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରର ଏକ କମ୍ପାନୀ ସହାୟତାରେ କରିଥିଲେ ।ବର୍ତ୍ତମାନ ଏହି କମ୍ପାନୀର ଏମ.ଡ଼ି ହେଉଛନ୍ତି ଆକାଶ ସିଂ ।ଗତ ତିନି ମାସ ହେବ ତାଙ୍କ ୱାଲେଟ ଏକାଉଣ୍ଟରୁ ୭ ଲକ୍ଷ ଟଙ୍କା ହୋଲ୍ଡିଂ କରି ରଖି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ କରିଛନ୍ତି ।ଗ୍ରାହକ ଟଙ୍କା ଉଠାଇବା ପାଇଁ ଆସିଲେ ରଶ୍ମି ବହୁତ ହଇରାଣ ହେଉଥିବା କହିଛନ୍ତି ।ରଶ୍ମି ଲକ୍ଷ୍ନୌର ଶିବାଜୀ ଟାୱାର ଭିଭୂତି ଖଣ୍ଡ ଗୋମତି ନଗରକୁ ଯାଇ କମ୍ପାନୀକୁ ଟଙ୍କା ମାଗିଥିଲେ ।କମ୍ପାନୀ ଦଶ ଦିନ ମଧ୍ୟରେ ଟଙ୍କା ଫେରାଇବେ ବୋଲି ପ୍ରତିଶୃତି ଦେଇଥିଲେ ।କିନ୍ତୁ ଏପର୍ଯ୍ୟନ୍ତ କମ୍ପାନୀ ଟଙ୍କା ଦେଇ ନଥିବା କହିଛନ୍ତି ।କମ୍ପାନୀ ସାତ ଲକ୍ଷ ଟଙ୍କା ଠକିଥିବା ଏତେଲାରେ ଦର୍ଶାଇଛନ୍ତି ।ରଶ୍ମିରଞ୍ଜନ ରମ୍ଭା ଥାନାରେ ଅଭିଯୋଗ ଦେବା ପରେ ରମ୍ଭା ପୋଲିସ ଏମ.ଡ଼ି ଆକାଶ ସିଂ ନାମରେ କେଶ ନଂ: ୨୭/୨୩ ମାମଲା ରୁଜ୍ଜୁ କରିଛନ୍ତି ।ରମ୍ଭା ଆଇଆଇସି ପି.ସ୍ୱରୂପ କିଷାନ ଏହାର ତଦନ୍ତ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ