ଜନ୍ମଭୂମିର ପ୍ରଗତିର ଦାୟୀତ୍ୱ ନେଲେ ଭୀମ ଚରଣ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ଭୀମ ଚରଣ ସାମଲ ନିଜ ଜନ୍ମଭୂମିର ପ୍ରଗତିର ଦାୟୀତ୍ୱ ନେଇଛନ୍ତି । ଗଣିଜାଙ୍ଗ ପଞ୍ଚାୟତର ୧୯ଟି ୱାର୍ଡର ଗ୍ରାମବାସୀ, ବୁଦ୍ଧିଜୀବି, ଯୁବପିଢି, ଆଇନଜୀବିଙ୍କ ସହମତରେ ଶ୍ରୀ ସାମଲଙ୍କୁ ଗଣିଜାଙ୍ଗ ଗ୍ରାମ ପଞ୍ଚାୟତର ପ୍ରଗତି ନିମନ୍ତେ ଶାସକ ବିଜୁ ଜନତା ଦଳର ଗୁରୁଦାୟୀତ୍ୱ ପ୍ରଦାନ କରାଯିବା ସହିତ ପଞ୍ଚାୟତ ସ୍ତରରେ ସଭାପତି ଭାବେ ମନୋନୀତ କରାଯାଇଛି । ସେ ଗତ ୨୦୦୦ ମସିହା ଠାରୁ ବିଜୁ ଜନତା ଦଳ ସହିତ ଜଡିତ ଅଛନ୍ତି । ୨୦୦୫ ମସିହାରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ବନ୍ତ ବ୍ଲକରେ ପ୍ରତିଷ୍ଠା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବନ୍ତ ବ୍ଲକ ସମେତ ଆଖପାଖ ଅଞ୍ଚଳର ସୁଖଦୁଃଖର ସାଥୀ ପ୍ରଗତିର କଥା କହୁଥିବା ଶ୍ରୀ ସାମଲଙ୍କୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ