ଜନ ଅଭିଯୋଗ ଶୁଣାଣି

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ୨୦୧୯-୨୦ଆର୍ଥିକ ବର୍ଷ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ପଂଚାୟତସମିତି କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଡିଓ ସୁଧିର କୁମାର ସିଂ,ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ, ଜିଲ୍ଲା ସାମାଜିକ ସମୀକ୍ଷକ ମୃତ୍ୟୁଞ୍ଜୟ ନାୟକ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସତ୍ୟରଞ୍ଜନ ସୁଆର,ବ୍ଲକ ସାମାଜିକ ସମୀକ୍ଷକ ଅର୍ଜୁନୀ କୁମାର ସ୍ୱାଇଁ,ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା,ବସନ୍ତ କୁମାର ରାଉତ,ଜୀନତପ୍ରିୟଦର୍ଶିନି ରାଉତ,ନିରୁପମା ପ୍ରଧାନ,ନରହରି ପାଣି,ସମତିସଭ୍ୟ ପ୍ରସନ୍ନ ରାଉତ,ହେମନ୍ତ ବିଶ୍ୱାଳ,ଶିବ ପ୍ରସାଦ ବିଶ୍ୱାଳଙ୍କ ସମେତ ସମସ୍ତ ସରପଂଚ,ସମିତି ସଭ୍ୟ,ସଭ୍ୟା,ମୋହନି ଚରଣ ଆଚାର୍ଯ୍ୟ,ଶରତ ସାମଲ,ଭି.ଆର.ପି.,ଜେ.ଇ.,ଜି.ଆର.ଏସ.,ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ଏହି ଯୋଜନାରେ ବିଭିନ୍ନ ଗ୍ରାମପଂଚାୟତରେ ହେଉଥିବା ପ୍ରକଳ୍ପ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ସରକାରଙ୍କ ୫-ଟି ସହିତ କାର୍ଯ୍ୟକ୍ରମ ଗୁଡିକ ତୃଣମୂଳ ସ୍ତରରେ କିଭଳି ସୁଦୃଢ ହୋଇପାରିବ ସମସ୍ତେ ସେ ସମ୍ପର୍କରେ ଉପସ୍ଥିତ ତ୍ରିସ୍ତରୀୟ ପଂଚାୟତ ପ୍ରତିନିଧି ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ