ଜନ ଅଭିଯୋଗ ଶୁଣାଣୀ

ବ୍ରହ୍ମପୁର , (ଯୁଗାଦ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନ ଅଭିଯୋଗ ଶୁଣାଣୀ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର କମିଶନର ଚକ୍ରବର୍ତ୍ତି ସିଂ ରାଠୋର , ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ , ବ୍ରହ୍ମପୁର ଏସିପି ପିନାକ ମିଶ୍ର , ଉପଖଣ୍ଡ ଅଭିଯୋଗ ଶୁଣାଣୀର ନୋଡାଲ ଅଫିସର ଶ୍ରୀ ବିନୋଦ କୁମାର ବେହେରା , ଜିଲ୍ଲା ସ୍ୱାସ୍ଥ୍ୟ ଓ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସୋମବାର ମୋଟ ୧୭୪ଟି ଅଭଯୋଗ ଶୁଣାଣୀ ହୋଇଥିବାବେଳେ ସେଥିମଧ୍ୟରୁ ୧୬ଟି ବ୍ୟକ୍ତିଗତ ଅଭିଯୋଗ , ଗୋଟିଏ ଗ୍ରାମ ଭିତିକ ମୀମାଂସା ଅଭିଯୋଗ , ୧୪୦ଟି ଅଭିଯୋଗକୁ ତୁରନ୍ତ ଫଇସଲା କରାଯାଇଛି । ୧୭ ଜଣଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧ଲକ୍ଷ ୯୨ ହଜାର ଟଙ୍କା ପ୍‌ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ