ଜନ ଶିକ୍ଷଣ ସଂସ୍ଥାନର ସଚେତନତା କାର୍ଯ୍ୟକ୍ରମ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଳୋ ବଜାରରେ ଥିବା ଗ୍ରେଟ ଆଇଟିଆଇ ପରିସରରେ ଜନଶିକ୍ଷଣ ସଂସ୍ଥାନ, ଜଗତସିଂହପୁର ତରଫରୁ ଭାରତ ସରକାରଙ୍କ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହିତ ଏକ ରଙ୍ଗୋଲି କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ସଚେତନତା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜନ ଶିକ୍ଷଣ ସଂସ୍ଥାନର ୩୦ରୁ ଉର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀମାନଙ୍କର ଦ୍ୱାରା ଦେଶାତ୍ମକବୋଧକ ସୁନ୍ଦର ସୁନ୍ଦର ରଙ୍ଗରେ ରଙ୍ଗୋଲି କରିଥିଲେ । ପରେ ଜନ ଶିକ୍ଷଣ ସଂସ୍ଥାନର ଏପିଓ ବିନୋଦ ବିହାରୀ ସାମଲ, ଶିକ୍ଷାବିତ୍ ବଂଶୀଧର ବେହେରା, ଫାର୍ମାସିଷ୍ଟ ଶୁଭଲକ୍ଷ୍ମୀ ସ୍ୱାଇଁ, ସ୍ୱାସ୍ଥ୍ୟକର୍ମୀ ଦେବାଶିଷ ଖୁଂଟିଆ ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ସଚେତନତା ଉପରେ ଆଲୋଚନା କରିଥିଲେ । ଶେଷରେ ଜନ ଶିକ୍ଷଣର ପ୍ରଶିକ୍ଷିକା ଲିପସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


