ବ୍ଲକସ୍ତରୀୟ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୪ଦିନ ବ୍ୟାପୀ ଆୟୋଜିତ ବ୍ଲକସ୍ତରୀୟ ଶିକ୍ଷକ ପ୍ରାରମ୍ଭ ମଡ୍ୟୁଲ୍ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ମନୋରମା ରାଉତଙ୍କ ନିର୍ଦ୍ଦେଶକ୍ରମେ ମଣ୍ଡଳ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଅକ୍ଷୟ କୁମାର ବେହେରା ଏବଂ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ବାମଦେବ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକର ୬୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ୧ମ ଠାରୁ ୩ୟ ଶ୍ରେଣୀର ଶିକ୍ଷାର୍ଥୀ କିପରି ମୌଳିକ ଭାଷା ଜ୍ଞାନ ଓ ସଂଖ୍ୟା ଜ୍ଞାନ ଅତି ସହଜରେ ହୃଦୟଙ୍ଗମ କରିବେ ଏହି ପ୍ରଶିକ୍ଷଣର ମୂଳ ଲକ୍ଷ୍ୟ ଥିଲା । ଏହି କାର୍ଯ୍ୟକ୍ରମକୁ ଗୋପାଳଜୀୟୁ ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ରଶ୍ମୀରଂଜନ ମଲ୍ଲିକ ଓ ଅଲଣାହାଟ ସିଆରସିସି କମଳଲୋଚନ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ