ଜନ ସଂପର୍କ ପଦ ଯାତ୍ରା ସମ୍ପର୍କରେ ସାଂଗଠାନିକ ବୈଠକ

ନିମାପଡା, (ସନ୍ତୋଷ ଦାଶ):ଆଜି ନିମାପଡ଼ା ଗ୍ରୀନ ଲ୍ୟାଣ୍ଡ କଲ୍ୟାଣ ମଣ୍ଡପ ଠାରେ ନିମାପଡ଼ା ଗୋପ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଅକ୍ଟୋବର ୨ ତାରିଖ ଠାରୁ ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଓ ସାଂଗଠାନିକ କାର୍ଯ୍ୟକ୍ରମଗୁଡ଼ିକ ର ପ୍ରସ୍ତୁତି ବୈଠକ ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ନିର୍ବାଚନ ମଣ୍ଡଳୀ ର ଏକ ନମ୍ବର୍ ବୁଥ ହରିପୁର ଗ୍ରାମ ପଞ୍ଚାୟତ ର ଗୋପାଳ ଜୀଉ ମନ୍ଦିର ଠାରୁ ପଦଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ଗଡ ପଦନପୁର,ରେଞ୍ଚ ଶାସନ,ଓ ଧନୂଆଁ ପଞ୍ଚାୟତ ପରିକ୍ରମା କରି ନବୀନ ସରକାର ଙ୍କ ବିକାଶ ଓ ସ୍ବଚ୍ଛତା ର ବାର୍ତ୍ତା ପହଞ୍ଚାଇବା ସହିତ ଜନସାଧାରଣଙ୍କ ସୁବିଧା ଅସୁବିଧା କୁ ଅନୁଧ୍ୟାନ କରାଯିବ ।ଅକ୍ଟୋବର ୯ ତାରିଖ ଦିନ ଗୋପବନ୍ଧୁ ଙ୍କ ଜନ୍ମ ଜୟନ୍ତୀ ରେ ତାଙ୍କ କର୍ମ ଭୂମି ଡ଼ଭାର ଠାରେ ରାହାଙ୍ଗାଗୋରଡ଼ା ଓ ଡ଼ଭାର ଗ୍ରାମ ପଞ୍ଚାୟତ ରେ ପଦଯାତ୍ରା ସହିତ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ ।୧୦ ତାରିଖ ଦିନ ୨୧ ନମ୍ବର୍ ଜିଲ୍ଲା ପରିଷଦ ଜୋନ ର ସମସ୍ତ ଗ୍ରାମ ପଞ୍ଚାୟତ ସହିତ ଭୋଗ ଶା ଳ ଦା ଓ ମିଟେ ଇପୁର କୁ ନେଇ ପଦଯାତ୍ରା ଏବଂ ସାଧାରଣ ସଭା ଅନୁଷ୍ଠିତ ହେବ ।ଅକ୍ଟୋବର ୧୨ ତାରିଖ ଦିନ ନାଗପୁର ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବ୍ୟାପକ ଯୁବ ସମାବେଶ କରାଯାଇ ଜନସଂପର୍କ ପଦଯାତ୍ରା ର ଉଦଯାପନୀ ସମାରୋହ ଅନୁଷ୍ଠିତ କରାଯିବାର ସ୍ଥିର କରାଯାଇଛି ।ଅକ୍ଟୋବର ୧୩ ତାରିଖ ଠାରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ପ୍ରତ୍ୟେକ ପଞ୍ଚାୟତ ରେ ସାଂଗଠାନିକ ବୈଠକ ଅନୁଷ୍ଠିତ କରାଯାଇ ୱାର୍ଡ ସ୍ତରରୁ ଦକ୍ଷତା ସମ୍ପନ୍ନ ସର୍ବନିମ୍ନ ୫ ଜଣ ରୁ ଅଧିକ କାର୍ଯ୍ୟକର୍ତ୍ତା ମନୋନୟନ କରିବା ସହିତ ୱାର୍ଡ କମିଟି ଗଠନ ପ୍ରକ୍ରିୟା ସମାପନ କରାଯିବ ।ଡିସେମ୍ବର ୧ ତାରିଖ ଠାରୁ ୨୫ ତାରିଖ ମଧ୍ୟରେ ସମଗ୍ର ନିର୍ବାଚନ ମଣ୍ଡଳୀ କୁ ସାଂଗଠାନିକ ଦୃଷ୍ଟି ଭଙ୍ଗିରୁ ବି ଭକ୍ତ କରାଯାଇଥିବା ୨୨ ଟି ସାଂଗଠାନିକ ଜୋନ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରାଯାଇ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଶାଣିତ ପ୍ରଶିକ୍ଷଣ ପ୍ରଦାନ କରାଯିବ ।ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସକୁ ନିମାପଡ଼ା ଠାରେ ମହା ସମାରୋହରେ ପାଳନ କରାଯିବା ପାଇଁ ବୈଠକ ରେ ନିଷ୍ପତି ଗ୍ରହଣ କରାଯାଇଛି ।ବୈଠକରେ ସମ୍ପାଦକ ରବୀନ୍ଦ୍ର କୁମାର ନାୟକ ନିମାପଡ଼ା ବ୍ଲକ ସଭାପତି ଅଶୋକ କୁମାର ସାହୁ ,ନଗର ସଭାପତି ଜିବନାନନ୍ଦ ମହାପାତ୍ର ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷ ଝୁ ନୁ ମଲ୍ଲିକ ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖ ଟୋ ଇ, ରବୀନ୍ଦ୍ର ମଲ୍ଲିକ,ସସ୍ମିତା ନାୟକ,ନଗର ପାଳ ସସ୍ମିତା ସାହୁ ଙ୍କ ସମେତ ବ୍ଲକ ,ନଗର ସ୍ତରୀୟ ଯୁବ ଛାତ୍ର ଓ ମହିଳା ସଭାପତି ପ୍ରତ୍ୟେକ ପଞ୍ଚାୟତ ର ସଭାପତି ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ପର୍ଯ୍ୟବେକ୍ଷକ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ