ଜନ ସଚେତନତା କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡ଼ା ବ୍ଲକ ସମିତି ସଭାଗୃହରେ ନଭେମ୍ବର ୧୮ ତାରିଖ ଦିନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ କର୍ମାଚାରୀଙ୍କ ଉପସ୍ଥିତରେ ମହିଳାମାନଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା କିପରି ସୁବିଧାରେ ମିଳିପାରିବ, ସେହି ବିଷୟରେ ଆଲୋଚନା ସହ ଋଣ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୁଗୁଡା ବିଡ଼ିଓ ବାସୁଦେବ ନାୟକ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଜରୀଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ସଂଘ ଗୁଡିକୁ ଯୋଗାଇ ଦେଉଥିବା ବିଭିନ୍ନ ସହାୟତା ବିଷୟରେ ପ୍ରାଞ୍ଜଳଭାବେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ସିଡିପିଓ ରଞ୍ଜିତା ତ୍ରିପାଠୀ, ବିଏସଏସଓ, ଓଏଲଏମ, ବୁଗୁଡ଼ା ବ୍ଲକ୍ ର ସମସ୍ତ ବ୍ୟାଙ୍କ୍ ଶାଖା ପରିଚାଳକ ବୃନ୍ଦ ଯୋଗଦେଇ ଋଣ ମଳା ବିଷୟରେ ଆଲୋଚନା କରିଥିଲେ। ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସହ ଆଲୋଚନା କରି ଋଣ ମେଳା ଦିବସ ସ୍ଥିର କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ବ୍ଲକ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ