ପଦ୍ମଚରଣ ସାମନ୍ତ ସିଂହାର ସର୍ବଭାରତୀୟ ଫୁଟବଲ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ୮ମ ପଦ୍ମଚରଣ ସାମନ୍ତସିଂହାର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଷଷ୍ଠ ଦିବସ ତଥା ଦ୍ବିତୀୟ ସେମି ଫାଇନାଲ ମ୍ୟାଚ। ପରସ୍ପରକୁ ଭେଟିଥିଲେ ଭଦ୍ରକ ଏଫ.ସି ଓ ଗଣ୍ଡରପୁରର ୟୁନାଇଟେଡ଼ ଏଫ.ସି।ଉଭୟ ଟିମ୍ ସମାନ ଗୋଲରେ ରହିବାରୁ ଟ୍ରାଇବେକର ସାହାଯ୍ୟରେ ୫-୩ ଗୋଲରେ ଗଣ୍ଡରପୁରର ୟୁନାଇଟେଡ଼ ଏଫ.ସି ବିଜୟଲାଭ କରି ଫାଇନାଲରେ ପ୍ରବେଶ କରିଛି।ଦିନବନ୍ଧୁ ଦାସ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ବିଜୟ କୁମାର ମଙ୍ଗରାଜ,ସୁଦିପ୍ତ ଦାସ,ପ୍ରିୟବ୍ରତ ବାହିନୀପତି,ସମର ବରାଳ ଓ ପଦ୍ମ ଚରଣ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ,ଡି.ଏ.ଭି ସ୍କୁଲ ଅଧ୍ୟକ୍ଷ ଏମ.ଏମ.ହକ୍,ବିନୋଦ କୁମାର ପ୍ରଧାନ,ଶ୍ରୀକାନ୍ତ ନାୟକ ଓ ମହେନ୍ଦ୍ର ସିଂ ଭାଟିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଆସନ୍ତା ୨୦ ତାରିଖ ରେ ଫାଇନାଲ ଖେଳ ଭୁବନେଶ୍ୱରର ଜଗା ୟୁନାଇଟେଡ଼ ଓ ଗଣ୍ଡରପୁରର ୟୁନାଇଟେଡ଼ ଏଫ.ସି ମଧ୍ୟ ରେ ଅନୁଷ୍ଟିତ ହେବ ବୋଲି ଆୟୋଜକ ଅନୁଷ୍ଠାନର ସଂପାଦକ ଜୀବନାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି।


