ଜବରଦଖଲ ଉଚ୍ଛେଦ ନେଇ ଗ୍ରାମବାସୀଙ୍କ ଦାବୀ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ରାମକୃଷ୍ଣପୁର ଗ୍ରାମ ପଞ୍ଚାୟତର ସମସ୍ତ ଗୋଚର ଓ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ନେଇ ଗ୍ରାମବାସୀ ମାନେ ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଅନ୍ୟ ସ୍ଥାନରୁ ଆସିଥିବା ଜନୈକା ମହିଳା ରାମକୃଷ୍ଣପୁର ଗ୍ରାମର ଗୋଚର ଜମିକୁ ଜବରଦଖଲ କରି ପରେ ଚଞ୍ଚକତା କ୍ରମେ ସେଠାକାର ବାସିନ୍ଦା ପ୍ରମାଣ ପତ୍ର ହାସଲ କରି ଭୂମିହୀନ ପଟ୍ଟା ପାଇବାରେ ସଫଳ ହୋଇଥିଲେ । ମାତ୍ର ପଟ୍ଟା ପାଇଥିବା ଜମିକୁ ଦଖଲ ନକରି ପ୍ରାୟ ୧ ଏକର ସରକାରୀ ଜମିକୁ ଜବରଦଖଲ କରି ଆସୁଛନ୍ତି । ଏଥିସହ ରାମକୃଷ୍ଣପୁର ରାଇମଣି ବଜାର ନିକଟସ୍ଥ ଗୋଚର ଜମିରେ ଥିବା ଗୋରୁଗାଈ ପାଣି ପିଇବା ପାଇଁ ବ୍ୟବହୃତ ହେଉଥିବା ଏକ ପୋଖରୀକୁ ନିଜ ଅକ୍ତିଆରକୁ ନେଇ ତାହାକୁ ମାଟି ପକାଇ ପୋତୁଛନ୍ତି । ଫଳରେ ଗ୍ରାମର ଗୋରୁଗାଈ ଓ ସାଧାରଣ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଗ୍ରାମରେ ଥିବା ସମସ୍ତ ସରକାରୀ ଓ ଗୋଚର ଜମିକୁ ଜବରଦଖଲମୁକ୍ତ କରିବା ନେଇ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ଏନେଇ ଗ୍ରାମର ମନୋରଞ୍ଜନ ମହାନ୍ତି, ଚକ୍ରଧର ପଣ୍ଡା, ବିଜୟ କୁମାର ମହାନ୍ତି, ଫୁଲମତି ବେହେରା, ସୁନୀଲ କୁମାର ମଲ୍ଲିକ, ଗଣେଶ ଖିଲାର, କାହ୍ନୁ ଚରଣ ସେଠୀ, ଶରତ ଚନ୍ଦ୍ର ଖିଲାର, ସୁରେନ୍ଦ୍ର ସାହୁଙ୍କ ସମେତ ବହୁ ବ୍ୟକ୍ତି ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ