ଜବାହାର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା-୨୦୨୩ ପାଇଁ ପ୍ରସ୍ତୁତି ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ହଦଗଡ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଆଗାମୀ ଶିକ୍ଷାବର୍ଷରେ ଷଷ୍ଠ ଶ୍ରେଣୀରେ ଅଧୟନ ନିମନ୍ତେ ଚନ ପରୀକ୍ଷାର ଅନଲାଇନ ଆବେଦନ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି । ଏବର୍ଷ ଅଧିକରୁ ଅଧିକ ସଂଖ୍ୟାରେ ପଞ୍ଜିକରଣ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ ଏବଂ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅôଦକାରୀଙ୍କ ସହିତ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପି ମଣିକଣ୍ଡନଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗତବର୍ଷ ଅପେକ୍ଷା ଏବର୍ଷ କିପରି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିବେ ସେନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସେଠୀ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ପ୍ରଚାରପତ୍ର ଲଗାଇବା ସହିତ ଜନଗହଳି ସ୍ଥାନ ମାନଙ୍କରେ ପ୍ରଚାରପତ୍ର ବାଣ୍ଟି ପ୍ରଚାର ପ୍ରସାର କରାଯାଉଛି । କେନ୍ଦୁଝର ଜିଲ୍ଲାର ପଞ୍ଚମ ଶ୍ରେଣୀରେ ଚଳିତବର୍ଷ ଅଧ୍ୟୟନ କରୁଥିବା ଏବଂ କେନ୍ଦୁଝର ଜିଲ୍ଲାର ବାସିନ୍ଦା ହୋଇଥିବା ଛାତ୍ରଛାତ୍ରୀମାନେ ଏହି ଚୟନ ପରୀକ୍ଷା ନିମନ୍ତେ ଯୋଗ୍ୟ ବିବେଚିତ ହେବେ । ଅନଲାଇନ ଆବେଦନ ନିମନ୍ତେ ଅନ୍ତିମ ତିଥି ଆସନ୍ତା ଜାନୁୟାରୀ ମାସର ୩୧ତାରିଖ ଥିବାବେଳେ ଏପ୍ରିଲ ୨୯ତାରିଖ ପରୀକ୍ଷା ତିଥି ନିର୍ଦ୍ଧାରିତ ହୋଇଛି । ଜିଲ୍ଲାର ପ୍ରତି ବ୍ଲକରେ ଏହି ଚୟନ ପରୀକ୍ଷା ଅନୁଷ୍ଠିତ ହେବ । ଏ ଦିଗରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗ ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷ ପି.ମଣିକଣ୍ଡନ ଧନ୍ୟବାଦ ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ