ଜମିଜମା ବିବାଦକୁ ନେଇ ସଂଘର୍ଷ ଜଣେ ମୃତ,୪ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ଯାଜପୁର ଗ୍ରାମ ଠାରେ ଦୁଇ ପରିବାରଙ୍କ ମଧ୍ୟରେ ଗୋଣ୍ଡଗଳ ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୪ଜଣ ଆହତ ହୋଇଥିବାର ଜଣାପଡିଛି।ଘଟଣାରୁ ପ୍ରକାଶ ଯେ ଗତ ୮ ତାରିଖ ଦିନ ଗୋବିନ୍ଦ ସ୍ୱାଇଁ ଓ ତ୍ରିନାଥ ପ୍ରଧାନଙ୍କ ପରିବାରଙ୍କ ମଧ୍ୟରେ ଜମିଜମାକୁ ନେଇ ଗଣ୍ଡଗୋଳ ଘଟିଥିଲା।ଉଭୟ ପରିବାରଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ ଘଟଣା ଘଟିଥିଲା।ଏଥିରେ ତ୍ରିନାଥ ପ୍ରଧାନଙ୍କ ପରିବାରଙ୍କ ପକ୍ଷରୁ ଏକ ଶାବଳ ଯୋଗେ ଗୋବିନ୍ଦ ସ୍ୱାଇଁଙ୍କ ପରିବାରର ସନ୍ତୋଷ ସ୍ୱାଇଁ (୩୬)ଙ୍କୁ ଆକ୍ରମଣ କରିଥିଲେ ।ଫଳରେ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ଚିକିତ୍ସାଳୟକୁ ଚିକିତ୍ସିତ ନିମନ୍ତେ ପଠେଇଥିଲେ।ପରେ ବ୍ରହ୍ମପୁର ଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା।ତେବେ କଟକରେ ଚିକିତ୍ସିତ ସମୟରେ ସନ୍ତୋଷଙ୍କର ମୃତ୍ୟୁ ଘଟିଥିବାର ପାରଳାଖେମୁଣ୍ଡି ପୋଲିସ ସୂତ୍ରରୁ ପ୍ରକାଶ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୨୧୦/୨୦ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଘଟଣାରେ ସମ୍ପୃକ୍ତ ୩ଜଣ ଯଥା ତ୍ରିନାଥ ପ୍ରଧାନ,ଅନନ୍ତ ବିଶ୍ୱାଳ ଏବଂ ସୁରେଶ ପ୍ରଧାନଙ୍କୁ ଗିରଫ କରାଯାଇଥିବା ଏବଂ ଘଟଣାରେ ବ୍ୟବହୃତ ଶାବଳକୁ ଜବତ କରାଯାଇ ତଦନ୍ତ ଜାରୀ ରହିଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ସୁଚନା ଦେଇଛନ୍ତି।