ଜମି, ଘର ଓ ୭ଲକ୍ଷ ଛାଡିଥିବା ଯୁବକ ମାନେ ସ୍ଥାନୀୟ ନିଯୁକ୍ତି ଦାବୀ
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଲେ ଟାଟା ବିସ୍ଥାପିତ ଯୁବକ
ଛତ୍ରପୁର,(ଦେବଦତ୍ତ ମହାରଣା) : ଜମି ଦେଲୁ , ଛାକିରୀ ପାଇଁ ୭ଲକ୍ଷ ଛାଡିଲୁ । ମାତ୍ର ଆମକୁ ଟାଟା ଏପର୍ଯ୍ୟନ୍ତ ନିଯୁକ୍ତି ଦେଇନାହିଁ । ବାରମ୍ବାର ଏନେଇ ଗୁହାରୀ କଲେ ବି କିଏ ଶୁଣୁ ନାହାଁନ୍ତି । ଗତ ୭ଦିନ ତଳେ ଆମକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସମେତ ବିଭିନ୍ନ ଦାବି ନେଇ ଗଂଜାମ ଜିଲ୍ଲପାଳଙ୍କ ଉଦ୍ଦେଶ୍ୟ ସ୍ମାରକ ପତ୍ର ପ୍ରଦାନ କରିଥିଲେ ସୁଦ୍ଧା ଆମ ଦାବି ଗୁଡିକ କାର୍ଯ୍ୟକାରୀ ହୋଇନାହିଁ । ଯାହାଫଳରେ ଆମେ ସମସ୍ତେ ଏକାଠି ହୋଇ ଯେଉଁ ପର୍ଯ୍ୟନ୍ତ ଆମକୁ ଟାଟା କଂପାନୀ ରେ ସ୍ଥାୟୀ ନିଯୁକ୍ତି ମିଳିନି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ସୋମବାର ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଥିବା ଟାଟା ବିସ୍ଥାପିତ ହୋଇଥିବା ଯୁବକ ମାନେ ସାମିଲ ହୋଇ ଏହା କହିଥିଲେ । ଆମେ ବର୍ତ୍ତମାନ ଚଳିବୁ କେମିତି ଆରମ ଜମି ଗଲା । ଚଳିବୁ କେମିତି ନଚେତ ଆମର ଜମି ଆମକୁ ଫେରସ୍ତ କରୁ ଟାଟା ।ଗୋପାଳପୁର ଟାଟା ପ୍ରୋଜେକ୍ଟରେ ଜମି, ଘର ଓ ୭ଲକ୍ଷ ଛାଡିଥିବା ଯୁବକ ମାନେ ସ୍ଥାନୀୟ ନିଯୁକ୍ତି ଦାବୀ ନେଇ ଶିବ ସେନା ଟାଟା ମଞ୍ଚ (ଗଂଜାମ ଜିଲ୍ଲା ) ପକ୍ଷରୁ ସଭାପତି ପି.ତୁଳସେୟା ରେଡ୍ଡୀ ଓ ଶିବସେନା ର ରାଜ୍ୟ ମହାମନ୍ତ୍ରୀ ପି.ତୁଳସେୟା ରେଡ୍ଡୀ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ରେ ବସିଛନ୍ତି । ଦାବୀ ପୂରଣ ନହେଲା ପର୍ଯ୍ୟନ୍ତ ଏହି ଧାରଣ ଚାଲୁରହିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏଥିରେ ଭବାନୀ ସେନା ପ୍ରଦେଶ ପ୍ରମୁଖ ମିନତୀ ପାତ୍ର, ଯୁଧିଷ୍ଠିର ପାତ୍ର, ଜି.କାମରାଜୁ ରେଡ୍ଡୀ, ଦୀପକ ମହାରଣାଙ୍କ ସମେତ ବିସ୍ଥାପତି ହୋଇଥିବା ବହୁ ବେକାର ଯୁବକ ମାନେ ସାମିଲ ଥିଲେ ।