ଜମି ପଟ୍ଟା ଯୋଗାଣ ଦିବିରେ ବସ୍ତିବାସୀଙ୍କ ଏକତାମଞ୍ଚ ପକ୍ଷରୁ ଗଣବିକ୍ଷୋଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସାହିବସ୍ତିର ଭୂମିହୀନ ବସ୍ତିବାସୀନ୍ଦାଙ୍କୁ ଜମିପଟ୍ଟା ଯୋଗାଇ ଦେବା ଦାବିରେ ଓଡିଶା ବସ୍ତିବାସୀଙ୍କ ଏକତା ମଞ୍ଚ ପକ୍ଷରୁ ସୋମବାର ପୈାରସଂସ୍ଥା କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏକତା ମଞ୍ଚ ପକ୍ଷରୁ ସହରର ଚଉଁରୀ ବ୍ରହ୍ମପୁର ଠାରୁ ଶତାଧିକ ପୁରୁଷ ଓ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ କେନ୍ଦ୍ରାପଡା ପୈାରସଂସ୍ଥା କାର୍ଯ୍ୟାଳୟ ନିକଟରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପୈାରନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରି ଏକ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ସହରର ଚଉଁରୀ ବ୍ରହ୍ମପୁର, ମାଧପୁର, ସାନ୍ତସାହି, ମୁସଲିମ ବସ୍ତି, ଗୁଲନଗର ଗ୍ରାମ ପ୍ରଭୃତିରେ ଥିବା ବସ୍ତିଗୁଡିକରେ ଥରବା ଭୂମିହୀନ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ସହ ଆବାସ ଯୋଜନାରେ ଗୃହ ଯୋଗାଇଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ପ୍ରଭୃତି ଦାବି ରହିଛି । ଏହାପରେ ସେହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ସହକାରୀ ଜିଲ୍ଲାପାଳ ନମିତା ବାରିକଙ୍କୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଗତବର୍ଷ ଜାନୁଆରୀମାସ ୪ତାରିଖରେ ରାଜ୍ୟ ସରକାର ଘୋଷଣା ଅନୁଯାଇ ବାସହୀନ ବସ୍ତିବାସୀନ୍ଦାଙ୍କୁ ଜମିପଟ୍ଟା ଓ ବାସଗୃହ ଯୋଗାଇଦେବା ପାଇଁ ସେମାନେ ପୈାରନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ । ପୈାରନିର୍ବାହୀ ଅଧିକାରୀ ଆସନ୍ତା ୩ମାସ ମଧ୍ୟରେ ଜମି ଚିହ୍ନଟକରି ରାଜ୍ୟ ସରକାରଙ୍କ ଆଇନ ଅନୁଯାଇ ଭୂମିହୀନ ବସ୍ତିବାସୀନ୍ଦାଙ୍କୁ ଥଇଥାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏକତାମଞ୍ଚର ରାଜ୍ୟ ସଭାପତି ସେଖ୍ ଅବଦୁଲ୍ଲାଙ୍କ ନେତୃତ୍ୱରେ ସମ୍ପାଦକ ଆଇନଜୀବୀ ହେମେନ୍ଦ୍ର ସାମଲ, କେନ୍ଦ୍ରାପଡା ସଭାପତି ପ୍ରଭାକର ନାୟକ, ପପୁ ନାଏକ, ମୀରା ନାଏକ, ଗୋଲାମ ବାରିକ, ଗୈାରୀ ନାଏକ, ହୀରା ନାଏକ, ମାନିନୀ ନାଏକ, ଯଶୋଦା ନାଏକ, ବିକାଶ ନାଏକ, ମାନସ ବାରିକ, ଓଷି ସେଠୀ ପ୍ରମୁଖ ଶତାଧିକ ପୁରୁଷ ଓ ମହିଲା ବସ୍ତିବାସୀନ୍ଦା ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ ।