ଜମି ରେକର୍ଡଭୁକ୍ତ କରିବାକୁ ବିଧାନସଭାରେ ଦାବି କଲେ ବିଧାୟକ ସୁବାଷ ଚନ୍ଦ୍ର ବେହେରା

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟର ନାମରେ ଜମି ରେକର୍ଡଭୁକ୍ତ କରିବାକୁ ବିଧାନସଭା ରେ ଛାତ୍ରପୁର ବିଧାୟକଙ୍କ ସୁବାଷ ଚନ୍ଦ୍ର ବେହେରା ଦାବିକରିଛନ୍ତି। ବିଧାନସଭା ଅଧିବେଶନରେ ବିଧାୟକ ବେହେରା ୫୦ବର୍ଷ ପୂର୍ତ୍ତ କରିଥିବା ଗଞ୍ଜାମ ମହାବିଦ୍ୟାଳୟର ନିଜସ୍ଵ ଜମି ନଥିବା, ବିଭିନ୍ନ କିସମ ଓ ବିଭିନ୍ନ ବିଭାଗର ଜମି ଉପରେ କଲେଜ ନିର୍ମାଣ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ମହାବିଦ୍ୟାଳୟ ନାମରେ ରେକର୍ଡ ଭୁକ୍ତ ହୋଇନଥିବାରୁ , ନିଜସ୍ଵ ଜମି ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏନେଇ ରାଜସ୍ୱ ଓ ବିପର୍ଯ୍ୟସ୍ତ ମନ୍ତି ସୁଦାମ ମାରାଣ୍ଡି ଗଞ୍ଜାମ ମହାବିଦ୍ୟାଳୟ ଏ ୬.୬୧୬ ଡେସିମିଲି ଜମିରେ ଅବସ୍ଥିତ l ତନ୍ମଧ୍ୟରୁ ଏ ୧.୮୦୦ ଡେସିମିଲି ସରକାରୀ ଜମି ଏବଂ ଏ୩.୫୫୮ ଡେସିମିଲି ଏବଂ ବେସରକାରୀ ଜମି ଏବଂ ଏ ୧.୨୫୮ ଡେସିମିଲି ପୂର୍ବତଟ ରେଳବାଇ ଜମି ରହିଛି l ନିୟମ ଅନୁଯାୟୀ ମହାବିଦ୍ୟାଳୟ ନାମରେ ରେକର୍ଡ ଭୁକ୍ତ କରାଯିବା ପାଇଁ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ