ମହିଳା ମୁଣ୍ଡରେ ବାଜିଲା ଗୁଳି
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଜଙ୍ଗଲ କୁ ଝାଡୁ ସଂଗ୍ରହ କରିବାକୁ ଯାଇଥିବା ମହିଳା ମୁଣ୍ଡରେ ଗୁଳି ବାଜି ଗୁରୁତର ଆହତ । ସୂଚନା ଯୋଗ୍ୟ କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଛଂଦୁରୁ ପଦର ଗ୍ରାମର ପବିତ୍ର କଁହର ଓ ଜୟନ୍ତୀ କଁହର ସ୍ଵାମୀ ସ୍ତ୍ରୀ ଦୁଇ ଜଣ ନିକଟସ୍ଥ ରଂଜାକୁମ୍ପା ଜଙ୍ଗଲକୁ ଝାଡୁ ସଂଗ୍ରହ କରିବାକୁ ଯାଇଥିଲେ । ଝାଡୁ ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ଜଙ୍ଗଲ ଭିତରୁ ଗୋଟିଏ ଗୁଳି ଆସି ପବିତ୍ର କଁହର ଙ୍କର ସ୍ତ୍ରୀ ଜୟନ୍ତୀ କଁହରଙ୍କର ମୁଣ୍ଡରେ ବାଜିଥିଲା । ଘଟଣା ସମ୍ପର୍କରେ ଖଜୁରିପଡା ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଜୟନ୍ତୀ କଁହରକୁ ପୋଲିସ ଆମ୍ବୁଲାନ୍ସ ଯୋଗେ ଆଣି ଚିକିତ୍ସା ନିମନ୍ତେ ଫୁଲବାଣୀ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଜୟନ୍ତୀ କଁହରଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ ସୂଚନା ଦେଇଥିଲା । ତତ ସହିତ ଜଙ୍ଗଲରେ ବନ୍ୟ ଜନ୍ତୁ ଶିକାର କରୁଥିବା ଶିକାରୀର ଗୁଳି ନା ଅନ୍ୟ କେହି ଦୁର୍ବୁତ୍ତର ଗୁଳି ଜୟନ୍ତୀ ର ମୁଣ୍ଡରେ ବାଜିଛି ବୋଲି ସନ୍ଦେହ କରି ପୋଲିସ ଏକ ମାମଲା ରୁଜୁ କରି ଆସାମୀକୁ ଶୀଘ୍ର ଧରିବା ନିମନ୍ତେ ତଦନ୍ତ ଜାରି ରଖିଥିବା ଫୁଲବାଣୀ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।


