ଜମ୍ଭରା ଜଗନ୍ନାଥ ମନ୍ଦିରରୁ ଚୋରୀ

ହାଟଡ଼ିହି : ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରୁ ଗତକାଲି ଦୁର୍ବୁତମାନେ ଗ୍ରୀଲଭାଙ୍ଗି ବହୁ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବରରୁ ଜଣାଯାଇଛି ଯେ ଗତକାଲି କେହି ଦୁର୍ବୁତ ମନ୍ଦିରର ଗ୍ରୀଲ ଭାଙ୍ଗି ଭିତରେ ପସିବାପରେ ମନ୍ଦିରର ମୁଖ୍ୟଦ୍ୱାରର ହେଣ୍ଡଲକୁ ଭାଙ୍ଗି ମନ୍ଦିର ଭିତରେ ଥିବା ସିସିଟିଭି କ୍ୟାମେରା, ମାଇକ ଓ ହୁଣ୍ଡି ବାକ୍ସର ତାଲାଭାଙ୍ଗି ହୁଣ୍ଡିରେ ଥିବା ସମସ୍ତ ଦାନଅର୍ଥକୁ ଲୁଟି ନେଇଛନ୍ତି । ଲୁଟ ସାମଗ୍ରୀର ମୁଲ୍ୟ ଏକଲକ୍ଷରୁ ଉର୍ଦ୍ଧ ଟଙ୍କାର ହେବ ବୋଲି ଅଭିଯୋଗ ହୋଇଛି । ଆଜି ସକାଳୁ ଏହା ଜଣାପଡିବାପରେ ବିଜୟ କୁମାର ମଲ୍ଲିକ ତୁରନ୍ତ ଏ ସମ୍ପର୍କରେ ନନ୍ଦିପଦା ଥାନାକୁ ଜଣାଇବା ସହ ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ