ଜଳକଳଙ୍ଗ ଛକରୁ ୪୦୭ ଟ୍ରକ ଚୋରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଅଧିନସ୍ଥ ଜଳକଳଙ୍ଗ ଛକରୁ ଗତକାଳି ରାତିରେ ଗୋଟିଏ ୪୦୭ଟ୍ରକ ଚୋରୀ ଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଜଳକଳଙ୍ଗ ଗ୍ରାମର ଭଗବାନ ନାୟକ ତାଙ୍କ ୪୦୭ଟ୍ରକଟିକୁ ସବୁଦିନ ପରି ବଜାର ମଧ୍ୟସ୍ଥ ଲକ୍ଷ୍ମୀ ମଣ୍ଡପ ନିକଟରେ ରଖିଥାନ୍ତି । ଗତକାଲି ଟ୍ରକଟି ସେଠାରେ ରଖା ଯାଇଥବବାବେଳେ ସକାଳୁ ଟ୍ରକଟି ନଥିବା ଦେଖି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହିତ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ