ଜଳଛତ୍ର ଖୋଲିବାକୁ ଦାବି

ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍): ଚାରିଛକ ୨୧ନଂ ଜିଲ୍ଲାପରିଷଦ ଜୋନ୍ରେ ଥିବା ପଞ୍ଚାୟତଗୁଡିକରେ ଜଳଛତ୍ର ଖୋଲିବାକୁ ସାଧାରଣରେ ଦାବି ଜୋର୍ ଧରିଛି । ଚାରିଛକ ଅଞ୍ଚଳରେ ଥିବା କେତେକ ନଳକୂପରୁ ପାଣି ବାହାରୁ ନଥିବା ବେଳେ ସାଧାରଣ ଲୋକେ ଓ ଯାତ୍ରୀ ପାଣି ଟୋପେ ପାଇବାରୁ ବଞ୍ଚିତ ହେଉଛନ୍ତି । ଖରାଦିନେ ପ୍ରତ୍ୟେକ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ପାଣି ବଣ୍ଟନ ହେବାର ବ୍ୟବସ୍ଥା ଥିଲେ ସୁଦ୍ଧା ଚାରିଛକ ଅଞ୍ଚଳରେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ନେଇ ସାଧାରଣ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳଗୁଳି ହେଉଥିବାରୁ ତୁରନ୍ତ ଜଳଛତ୍ର ଖୋଲାଯିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ