ଜଳଧର ପଣ୍ଡା ଅଭିମାନରେ ଇହଧାମ ଛାଡ଼ି ଚାଲିଗଲେ

ବାଲେଶ୍ୱର, (ସରୋଜ ପଣ୍ଡା):କୁରୁଡ଼ା ଅଞ୍ଚଳର ଏକ ଚର୍ଚ୍ଚିତ ଚେହେରା ଥିଲେ ଜଳଧର ପଣ୍ଡା । ସେ ସମବାୟ ବିଭାଗରୁ ଚାକିରି ପରେ କୁରୁଡ଼ା ଅଞ୍ଚଳରେ ବହୁ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ଧଳା ପେଣ୍ଟାଲୁନ୍‌, ଧଳା କୁରୁତା, ଧଳା ପଗଡ଼ି ତାଙ୍କୁ ପରିଚିତ କରିଥିଳା ।ସେ ଜଣେ ପରୋପକାରୀ, ଆସୁକବି, ସଂଗଠନପ୍ରେମୀ ଥିଲେ । ପରକୁ ଆପଣାର କରିବାର ବହୁ ସୁଗୁଣ ଥିଲା ତାଙ୍କର । ଏପରିକି ୧୮୬ ଜଣଙ୍କର ଏକାଦଶାହରେ ସେ ସ୍ମୃତିସଭା ସଂଗଠିତ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।ଆଜି ସକାଳ ୭ଟା ସମୟରେ ୮୫ ବର୍ଷ ବୟସରେ ପୁରୁଣା ତାମୁଳିଆ ରେଳଫାଟକ ନିକଟ ରେଳଧାରଣାରେ ସେ ନିଜକୁ ବିସର୍ଜନ କରି ଇହଧାମ ଛାଡ଼ିଛନ୍ତି । ଖବର ପ୍ରଚାରିତ ହେବା ମାତ୍ରେ ଲୋକ ତାଙ୍କ ସାଇକେଲ୍‌, ମୃତ୍ୟୁକାଳୀନ ଲେଖାକାଗଜ ଛାଡ଼ି ଯାଇଥିବାର ଆଲୋଚିତ ହେଉଛି । ମୃତ୍ୟୁ ଖବର ପାଇ ରେମୁଣା ବ୍ଲକ୍ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଆନ୍ଦୋଳନର ଜିଲ୍ଲା ସଭାପତି ନିରଞ୍ଜନ ପରିଡ଼ା, ରବି ପାଣିଗ୍ରାହୀ, ତାଙ୍କ ସହ ସବୁବେଳେ ମିଶୁଥିବା ଡ. କେଶବ ଚରଣ ପଣ୍ଡା, ଡ. ଅଭିମନ୍ୟୁ କାନୁନ୍‌ଗୋ, କୁରୁଡ଼ା ସରପଞ୍ଚ ତାପସ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ କାର୍ତ୍ତିକ ଗିରି, ଉଷାରାଣୀ ପଢ଼ିଆରୀ ପ୍ରମୁଖ ରେଳଧାରଣା ପାଖରେ ପହଞ୍ôଚଥିଲେ । ପ୍ରଶାସନ ତରଫରୁ ଖଣ୍ଡ ବିଖଣ୍ଡିତ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ସଦର ହସପିଟାଲକୁ ନିଆଯାଇଥିଲା ।ସମସ୍ତଙ୍କ ମୁଖରେ ‘ଜଳଧର ପଣ୍ଡା ଅଭିମାନରେ ଆମକୁ ଛାଡ଼ି ଚାଲିଗଲେ’ ବୋଲି ଆଲୋଚିତ ହେଉଛି । ତାଙ୍କର ବିଧବା ପତ୍ନୀ, ୨ ପୁଅ, ବୋହୂ ଓ ଜଣେ ଝିଅ ଅଛନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ଏବଂ ବାଲେଶ୍ୱର ସହରର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ