ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକ

କେନ୍ଦ୍ରାପଡା -(ଯୁଗାବ୍ଦ ନ୍ୟୁଜ୍) କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟକାରିତା ପାଇଁ ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ସଞ୍ଜୟ ସରନଙ୍କ ଅଧ୍ୟକ୍ଷତାରେଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ କେନ୍ଦ୍ରାପଡା ଜିଲ୍ଲାରେ ଅଗଷ୍ଟ ୧ତାରିଖରୁ ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷୀରେ ଭୁପୃଷ୍ଠରେ ଥିବା ଜଳକୁ ସଂରକ୍ଷଣ କରି ରଖିବା, ବର୍ଷାଜଳ ଅମଳ କରିବା,ବ୍ୟାପକ ବୃକ୍ଷ ରୋପଣ ମାଧ୍ୟମରେ ଭୂୂପଷ୍ଠରେ ଜଳ ଧାରଣ କ୍ଷମତାକୁ ବଢାଇବା ତଥା ମୃତ୍ତିକା ଆର୍ଦତାରଖି ଚାଷପୋଯୋଗୀ କରାଇବା,ଭୂପୃଷ୍ଠରେ ଥିବା ଲୁଣିପାଣି ଅଚଂଳକୁ ଚିହ୍ନଟ କରିବା,ପୁରାତନ ଓ ପାରମ୍ପରିକ ଜଳଉତ୍ସ ତଥା କୂପ,ପୋଖରୀ ପ୍ରଭୃତିର ପୁନଃରୁଦ୍ଧାର କରିବା,ବୋରୱେଲ ମାଧ୍ୟମରେ ଜଳକୁ ଭୂଗର୍ଭକୁ ଛାଡିବା, ପୁନଶ୍ଚ ବ୍ୟବହାର ଉପଯୋଗୀ କରିବା ପ୍ରଭୃତି ବିସ୍ତୃତ କାର୍ଯ୍ୟକ୍ରମ ତଥା ଜଳଛାୟାର ଜିଲ୍ଲାରେ ଉନ୍ନତି କରଣ କରିବା ସହ ବ୍ୟାପକ ବନୀକରଣ ଓ ବୃକ୍ଷରୋପଣର ବିଭିନ୍ନ କାର୍ଯ୍ୟ ଖସଡା ପ୍ରସ୍ତୁତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମକୁ ପ୍ରଥମ ପର୍ଯ୍ୟାୟରେ ତ୍ୱରାନ୍ୱିତ କରିବା ଜନିତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସମସ୍ତ ପଂଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା,ପୈାର ପରିଷଦ ନିର୍ବାହୀ ଅଧିକାରୀ,ବନ ବିଭାଗ,କୃଷି ଓ କୃଷି ଗବେଷଣା କେନ୍ଦ୍ର,ମୃତ୍ତିକା ସଂରକ୍ଷଣ ଓ ପାନୀୟ ଜଳ ଯୋଗାଣ ବିଭାଗର ଅଧିକାରୀମାନେ ବି ରହିଛନ୍ତି । ପ୍ରାରମ୍ଭରେ ଜିଲ୍ଲାପାଳ ସମର୍ଥ ବର୍ମା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଜିଲ୍ଲାର ୯ଟି ବ୍ଲକର ୨୪୯ଟି ପଂଚାୟତ ଓ ୨ଟି ପୈାରସଂସ୍ଥାରେ ୪୧ଟି ୱାର୍ଡ ରହିଛି । ୨୦୧୧ ମସିହା ଜନଗଣନା ଅନୁଯାଇ ଜିଲ୍ଲାର ଲୋକସଂଖ୍ୟା ୧୪ଲକ୍ଷ ୨୬ହଜାର ୪୨୪ ଥିବାବେଳେ ଜିଲ୍ଲାରେ ମୋଟ ୧୪୨୪ ଗ୍ରାମ ରହିଛି ଏବଂ ୨୨୬୧ଗୋଟି ଜଳାଶୟ ଅଦ୍ୟାବଧି ରହିଛି । ଏହି ଜିଲ୍ଲାଟି ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଉପକୂଳ ଜଳରାଶି ଲବଣଦ୍ରବଣ ଯୁକ୍ତ । ଜିଲ୍ଲାରେ ଜଳୀୟ ଆଦ୍ରତା ବର୍ଷାଋତୁରେ ୩୨ପ୍ରତିଶତ ରହିଥାଏ । ଜିଲ୍ଲାରେ ଜଳଛାୟା ମିଶନ ମାଧ୍ୟମରେ କୈାଣସି ସରକାରୀ କାର୍ଯ୍ୟାଳୟରେ ଜଳ ସଂରକ୍ଷଣ ଉତ୍ସ ନାହିଁ । ଏଣୁ ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମ ପାଇଁ ତୃଣମୂଳ ସ୍ତରରୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବ । କାର୍ଯ୍ୟକ୍ରମ ସମ୍ପର୍କରେ ଓଡିଆ ଓ ଇଂରାଜୀ ଖବର କାଗଜ ମାଧ୍ୟମରେ ବ୍ୟାପକ ପ୍ରସାର କରାଯାଇ ଜନସଚେତନତା କରାଯିବ । ବ୍ଲକ,ଗ୍ରାମପଂଚାୟତ ଏବଂ ଜିଲ୍ଲା ସ୍ତରରେ କର୍ମଶାଳା ଆୟୋଜନ କରାଯିବା ସହ କାନ୍ଥରେ ବାର୍ତ୍ତା,ପୋଷ୍ଟର, ଓ ବ୍ୟାନର ମାଧ୍ୟମରେ ତଥା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜଳଶକ୍ତି ଅଭିଯାନ ସଚେତନତା ବକ୍ତୃତା ପ୍ରତିଯୋଗୀତା କରାଯାଇ ବାର୍ତ୍ତାର ସଂଚାର କରାଯିବ । ପୈାରାଚଂଳରେ ବର୍ଜ୍ୟଜଳକୁ ଶୁଦ୍ଧିକରଣ କରାଯାଇ ପୁନଶ୍ଚ ବ୍ୟବହାର ଉପଯୋଗୀ କରାଯିବା ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା । ଗୋବରୀ ନଦୀର ଜଳଧାରଣା କ୍ଷମତା ବଢାଇବା ପାଇଁ ନଦୀର ଦୁଇ ପାଶ୍ୱର୍କୁ କଂକ୍ରୀଟ କରାଯିବା ନିମନ୍ତେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀମାନଙ୍କୁ ନେଇ ସ୍ୱଳ୍ପ ସମୟରେ ଶସ୍ୟ ଅମଳ କରିବା ତଥା ଜଳର ସଂରକ୍ଷଣ ଓ ବ୍ୟବହାର ଜନିତ କର୍ମଶାଳା ଆୟୋଜନ କରାଯିବ । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ରାଜନଗର ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ,ଡିଏଫଓ କଟକ ଏମଡି ଟି. ରହେମାନ,କୃଷି ଉପନିର୍ଦେଶକ ମିତ୍ରୋଦ୍ୱୟ ଦାସ, ଜଳସେଚନ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ,ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ,କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂ,କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର,ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ