ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଚାଷୀ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ବୁଧବାର ଆରମ୍ଭ ହୋଇଥିବା ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଗୁରୁବାର ପୂର୍ବାହ୍ନରେ ଏକ ଚାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମୃତ୍ୟୁଞ୍ଜୟ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟବିଜ୍ଞାନୀ ଡ. ଅମ୍ବିକା ପ୍ରସାଦ ନାୟକ, ଉଦ୍ୟୋଗପତି ଡ. ରୁଦ୍ର ନାରାୟଣ ପ୍ରଧାନ, ଆପୁଆ ନିର୍ଦେଶକ ଡ. ବିଜୟ କବି, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କଶେଖର ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁଧାଂଶୁ ଶେଖର ମଣ୍ଡଳ ଓ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଭଞ୍ଜନ କବି ପ୍ରମୁଖ ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କୁ ଗୋପାଳନ, ପ୍ରାଣୀପାଳନ, ମତ୍ସ୍ୟଚାଷ ପ୍ରଭୃତି ସମ୍ପର୍କରେ ବିଭିନ୍ନ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ । ମତ୍ସ୍ୟଚାଷ ଓ ପ୍ରାଣୀ ପାଳନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ବିଭିନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଚାଷୀମାନଙ୍କୁ ସେମାନେ ଅବଗତ କରାଇଥିଲେ । ଏହାପରେ ଉପସ୍ଥିତ ବୈଜ୍ଞାନିକ ଓ ଅଧିକାରୀମାନେ ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଶେଷରେ ଘୋଡାନାଚ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ