ଜଳସେବା କେନ୍ଦ୍ର ମାଧ୍ୟମରେ ଭୋଟର୍ ସଚେତନତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆସନ୍ତା ଜୁନ୍ ମାସ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକକାଳୀନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ତାରିଖ ଚୂଡ଼ାନ୍ତ ହୋଇଛି । ତେଣୁ ଏହି ନିର୍ବାଚନରେ ଶତପ୍ରତିଶତ ଭୋଟ୍ ଦାନ ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ଶୈଳୀରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଜଳସେବା କେନ୍ଦ୍ର ମାଧ୍ୟମରେ ଭୋଟର୍‌ମାନଙ୍କୁ ସଚେତନ କରିବାକୁ ଆଜିଠୁ ଅଭିଯାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଜଳସେବା କେନ୍ଦ୍ର ଉଦ୍‌ଘାଟନ କରି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି, “ଭୋଟଦାନ ହେଉଛି ଏକ ସାମ୍ବିଧାନିକ ଅଧିକାର । ରାଜ୍ୟ ରାଜନୀତିର ପ୍ରମୁଖ ଜିଲ୍ଲାଭାବେ ପରିଚିତ କେନ୍ଦ୍ରାପଡ଼ାର ସମସ୍ତ ଭୋଟର୍ ଆଗେଇ ଆସନ୍ତୁ ଏବଂ ନିଜର ମତ ସାବ୍ୟସ୍ତ କରି ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ଅଧିକ ମଜବୁତ୍ କରନ୍ତୁ । ମୁଁ ମତଦାନ କରିବି ନିଶ୍ଚୟ, ଏହି ଶପଥ ସଭିଏଁ ନିଅନ୍ତୁ ।” ଭୋଟର୍‌ମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ପ୍ରାଥମିକ ସ୍ତରରେ ସମସ୍ତ ବ୍ଲକ୍‌ରେ ମୋଟ୍ ୫୦ଟି ଜଳସେବା କେନ୍ଦ୍ରରେ ଏହି ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ କୈଳାସ ଚନ୍ଦ୍ର ସେନାପତି, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ