ଇନ୍ଦ୍ରମଣୀ ରାଉତଙ୍କୁ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଆଦର୍ଶ ଶିକ୍ଷକ, ଦରଦୀ ମଣିଷ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ଇନ୍ଦ୍ରମଣୀ ରାଉତଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକୀ ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଅମର ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଓ ଅଲେଖ କୁମାର ଜେନା, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ସିପିଏମ୍ ନେତା ତଥା ଆଇନ୍ଜୀବୀ ଆଶୀଷ ସେନାପତି ପ୍ରମୁଖ ଯୋଗଦେଇ ପ୍ରାକ୍ତନ ବିଧାୟକ ସ୍ୱର୍ଗତ ରାଉତଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିସହ ଅତିଥିମାନେ ସ୍ୱର୍ଗତ ରାଉତ ବିଧାୟକ ଥିବା ବେଳେ ଖାଲି କେନ୍ଦ୍ରାପଡା ନୁହେଁ ସମଗ୍ର ଜିଲ୍ଲାରେ କିଭଳି ଭାବେ ସାମୁହିକ କାର୍ଯ୍ୟ ସବୁ କରିଥିଲେ ତାହା ବର୍ଣ୍ଣନା କରିଥିଲେ। ପ୍ରାରମ୍ଭରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବା ପରେ ଗରଦପୁରର ବଟକୃଷ୍ଣ ପାଢି ଏକ କବିତା ପାଠ କରିଥିଲେ। ପ୍ରପୁଲ୍ଲ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଯୋଜକ ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଯୋଗଦେଇ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ସ୍ମୃତିରେ ଯୁବ ଶିକ୍ଷାବିତ୍ ଅମ୍ରିନ୍ ସାହଦତ୍କୁ ଚଳିତ ବର୍ଷ ଇନ୍ଦ୍ରମଣୀ ରାଉତ ସ୍ମାରକୀ ସମ୍ମାନ-୨୦୨୬ ପ୍ରଦାନ କରାଯାଇଥିଲା। ଗରାପୁରସ୍ଥିତ ରେସୱା ପରିଚାଳିତ ଶକ୍ତିସଦନର ଅନ୍ତେବାସୀମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଯୁବନେତା ରାଜେଶ ପଣ୍ଡା, ପ୍ରଦୀପ୍ତ ମହାନ୍ତି, ସମବାୟବୀତ ପ୍ରମୋଦ ମହାପାତ୍ର, କମଳାକାନ୍ତ ବେହେରା, ନାରାୟଣ ସାହୁ, ଗୋଲଖ ପଢିଆରୀ, ଶରତ କୁମାର ବେଉରା, ରମାକାନ୍ତ ଦାସ, ସାମ୍ବାଦିକ ପରେଶ ଦାସ ଓ ଚିତ୍ତରଞ୍ଜନ ଦାସ, କବି ଅବନ୍ତୀ ବେହେରା, ଆଡଭୋକେଟ୍ ଅକ୍ଷୟ କୁମାର ମହାନ୍ତି, ଜଗତ୍ଜୀବନ ଦାଶ, ଆଦିକନ୍ଦ ରାଉଳ, ସମାଜସେବୀ ଦେବେନ୍ଦ୍ର ଦାସ (ମଣ୍ଟୁ), ଆଲୋକ ସାହୁ, ସହର କଂଗ୍ରେସ ସଭାପତି ଦିଲ୍ଲୀପ ପ୍ରଧାନ, ଅଧ୍ୟାପକ ଅଜୟ ସାମଲ, ବୈଷ୍ଣବ ପ୍ରଧାନ, ରଣଧୀର ଜେନା, ଶୈଳବାଳା ସାମଲ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ରାଉତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


