ଜଳାଭିଷେକକାରୀ ବୋଲବମ୍ ଭକ୍ତଙ୍କୁ ସେବା ପ୍ରଦାନ
ବୁଗୁଡ଼ା,(ୱାଏନଏସ):ପବିତ୍ର ଶ୍ରାବଣ ମାସ ଅବକାଶରେ ପ୍ରାଚୀନ ପୂଣ୍ୟତୋୟା ରୁଷିକୂଲ୍ୟା ନଦୀରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କାଉଡିଆ ମାନେ ଦେବଦେବ ମହାଦେବଙ୍କ ଠାରେ ଜଳାଭିଷେକ କରିବା ନିମନ୍ତେ ବୋଲବମ୍ ବେଶରେ ଶିବ ମନ୍ଦିରକୁ ଯାଇଥାନ୍ତି। ଆଜି ତୁତୀୟ ସୋମବାର ସକାଶେ ବୁଦ୍ଧଖୋଲ, ଶରଣକୁଳ, ଉଦୟପୁର, ଚକାପାଦ ପ୍ରଭୁ୍ୂତି ମନ୍ଦିରକୁ ବାଲିପଦର ଜଙ୍କସନ ଦେଇ ଯିବା ଅବସରରେ ଆସିକା ରୁଷିକୂଲ୍ୟା ଠାରୁ ବହୁ ଦୂରଦୁରାନ୍ତକୁ ଯାତ୍ରା କରୁଥିବା କାଉଡିଆ ମାନଙ୍କୁ ଆଜି ବାଲିପଦର ଜଙ୍କସନ୍ ଠାରେ ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ସେମାନଙ୍କୁ ବିଶ୍ରାମ ଜନିତ ସେବା ଯୋଗାଇ ଦିଆ ଯାଇଥିଲା। ଡାକ୍ତରଙ୍କ ଦ୍ବାରା ସ୍ବାସ୍ଥ୍ଯ ପରୀକ୍ଷା, ଖାଇବା ପାଇଁ ଜଳଖିଆ ଓ ପ୍ରସାଦ ସେବନ ବ୍ୟବସ୍ଥା, ସ୍ନାନ କରିବା ନିମନ୍ତେ ସ୍ବଛ ଜଳ ଯୋଗା ଦିଆ ଯାଇଥିଲା। କ୍ଳବର ସଭାପତି ଦେବନାଥରଣା(ମୁନା ଭାଇ) ଜି. ମନୋଜ କୁମାର ପାତ୍ର(ଜଗାବଳିଆ) ସନ୍ୟାସୀ ମହାରଣା, ରାଜେନ୍ଦ୍ର ମହାରଣା, ଜି. ସଞ୍ଜିବ କୁମାର ପାତ୍ର, କେ. ସୁକାନ୍ତ ପାତ୍ର, ଡି. ଗୋପାଳ ଆଚାରୀ, କେ. ସୁଧାକର ପାତ୍ର, ବାଳକ୍ରୁ୍ୂଷ୍ଣ ବିଷୋୟୀ, କେ. ବାରାନିଧି ପାତ୍ର, ସମାଜସେବୀ ତ୍ରିନାଥ ସାସମଲ,ଶିକ୍ଷାବିତ୍ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର,ଜି. ଅରବିନ୍ଦ ପାତ୍ର, ଜି. ସୁଧାକର ପାତ୍ର, କେ. ଅଚ୍ୟୁତ ପାତ୍ର, ମୋଚିରାମ ସାହୁ ପ୍ରମୁଖଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇ ଯାଇଛି। ସ୍ବେଛାସେବୀ ଭାବେ କାଳୀଚରଣ ବିଷୋୟୀ, ଜି. ରଞ୍ଜିତ ପାତ୍ର, ଗୌରୀ ନାୟକ, ଜି. ଆଶିସ ପାତ୍ର, ଇ. ନୀଳାଞ୍ଚଳ ପାତ୍ର, ଇ. ବାଳକ୍ରୁ୍ୂଷ୍ଣ ଦୋରା, କାହ୍ନୁ ପ୍ରସାଦ ମହାରଣା,ଖରିଡାର ପାଣ୍ଡା ବିଷୋୟୀଙ୍କ ସମେତ ବାଲିପଦର ଯୋଗ କେନ୍ଦ୍ରର ସମସ୍ତ ସଦସ୍ଯ ସହଯୋଗ କରିଥିଲେ।ଡାକ୍ତର ଡି. ଅଭିଷେକ ଆଚାରୀ ଓ ଡାକ୍ତର କେ. କିରଣ କୁମାର ପାତ୍ର ବିଭିନ୍ନ ଔଷଧ ଦେଇ ପଥଚାରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ।ଶହସ୍ରାଧିକ ବୋଲବମ୍ କାଉଡିଆ ଏହି ସେବାର ସୁଯୋଗ ପାଇଥିବାରୁ ଫ୍ରେଣ୍ଡସ୍ କ୍ଳବକୁ ସାଧୁବାଦ ଜଣାଇଥିଲେ। ସୁଚନାଯୋଗ୍ୟଯେ ଗଞ୍ଜାମ ଜିଲ୍ଲାରେ ବାଲିପଦର ଏକମାତ୍ର ଜଙ୍କସନ୍ ହୋଇଥିବାରୁ ଏହି ରସ୍ତାଦେଇ ପ୍ରତ୍ୟେହ ଶହଶହ ଭକ୍ତ ଜଳାଭିଷେକ କରିବା ନିମନ୍ତେ ବିଭିନ୍ନ ପ୍ରସିଦ୍ଧ ମନ୍ଦିରକୁ ଯାଇଥାନ୍ତି।