ଜଳୁନାହିଁ ଷ୍ଟ୍ରୀଟ୍ ଲାଇଟ୍ : ବୁଗୁଡାର ଅଧିକାଂଶ ସାହି ଅନ୍ଧାର

ବୁଗୁଡ଼ା (ଅନିଲ ମହାରଣା): ବୁଗୁଡ଼ା ଏନ୍ଏସି ରେ ବିଭିନ୍ନ ସାହିରେ ଥିବା ଷ୍ଟ୍ରୀଟ୍ ଲାଇଟ୍ ଗୁଡିକ ମଧ୍ୟରୁ ଅନେକ ଜଳୁନଥିବା ଯୋଗୁଁ ଅଧିକାଂଶ ସାହି ଅନ୍ଧାର ରହୁଥିବାରୁ ଜନସାଧାରଣ ବହୁ ଅସୁବିଧା ଭୋଗୁଥିବା ଦେଖାଯାଉଛି। ପୂର୍ବରୁ ଷ୍ଟ୍ରୀଟ୍ ଲାଇଟ୍ ଗୁଡିକର ତତ୍ତ୍ଵବଧାନ ଏନ୍ଏସି ନେଉଥିଲା। ଏବେ କିଛି ବର୍ଷ ହେବ ଆନ୍ଧ୍ରର ଜଣେ ଅଣଓଡିଆ ଠିକାଦାର ଦାୟିତ୍ବ ନେଇଛନ୍ତି। ଉକ୍ତ ଠିକା କମ୍ପାନୀ ବୁଗୁଡାରେ କୌଣସି ଅଫିସ୍ ଖୋଲିନାହାଁନ୍ତି। କେବଳ ଜଣେ ଲୋକକୁ ତଦାରଖ ଦାୟିତ୍ଵ ଦେଇଥିବା ବେଳେ ସେ ଏକାକି ଏତେ ଗୁଡ଼ିଏ ସାହିର ଦାୟିତ୍ୱ ପରିଚାଳନା ସମ୍ଭବପର ହେଉନାହିଁ । ମୁଖ୍ୟ ସଡ଼କ ସମେତ ୩୦ରୁ ଅଧିକ ସାହି ଏହି ଅବହେଳାର ଶିକାର ହେଉଛି। କେତକ ସାହିର ଗୋଟିଏ ହେଲେ ଲାଇଟ୍ ପୋଷ୍ଟରେ ବଲବ୍ ଜଳୁନଥିବା ବେଳେ କେତେକ ସାହିର ଏକାଧିକ ଲାଇଟ୍ ପୋଷ୍ଟର ବଲବ୍ ଜଳୁନାହିଁ। ମୁଖ୍ୟ ସଡକରେ ଥିବା ଲାଇଟ୍ ପୋଷ୍ଟ ଗୁଡିକର ମଧ୍ୟ ଅବସ୍ଥା ଅନୁରୂପ। ଅସୁବିଧା ଜଣାଇବା ପାଇଁ ଯେଉଁ ଫୋନ୍ ମାଧ୍ୟମ ରହିଛି ତାହା ମଧ୍ୟ ଅଧିକାଂଶ ଲୋକ ଜାଣିନଥିବାରୁ ବଲବ୍ ନଜଳିଲେ କାହାକୁ କେମିତି ଜଣାଇବେ ବୁଝିପାରୁ ନାହାଁନ୍ତି। ଠିକା କମ୍ପାନୀ ଇ.ଇ.ଏସ.ଏଲ.ର ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର ହେଉଛି ୧୮୦୦–୧୮୦–୩୫୮୦ । କିନ୍ତୁ ଏନ୍ଏସି ବାସିନ୍ଦା ମାନଙ୍କୁ ଏହା ବିଧିବଦ୍ଧ ଭାବେ କମ୍ପାନୀ ଜଣାଇନାହିଁ । କମ୍ପାନୀ ବୁଗୁଡ଼ାରେ ଏକ ଅଫିସ୍ ଖୋଲିବା ସହ ଏକାଧିକ ବ୍ୟକ୍ତିଙ୍କୁ ତଦାରଖ ଦାୟିତ୍ଵ ନଦେଲେ ଏହି ସମସ୍ୟା ସୁଧୁରିବ ନାହିଁ ବୋଲି ବୁଦ୍ଧିଜୀବି ବୃନ୍ଦ ମତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ