ଦୋରିଙ୍ଗି ଘରପୋଡିରେ ଭାରତୀୟ ରେଡ଼କ୍ରସ ତରଫରୁ ରିଲିଫ ବଣ୍ଟନ

ଭ‌ଞ୍ଜନଗର, ( ସନ୍ତୋଷ ଜେନା): ସମ୍ପ୍ରତି ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଜଙ୍ଗଲ ଭିତରେ ଥିବା ଗାୟାଗଣ୍ଡା ପଞ୍ଚାୟତର ଦୋରିଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିବା ପରିବାରଙ୍କୁ ଭାରତୀୟ ରେଡ଼କ୍ରସ ସଂସ୍ଥା, ଓଡିଶା ରାଜ୍ୟ ଶାଖା ତରଫରୁ ସହଯୋଗର ହାତ ବଢ଼ାଇଛି | ରାଜ୍ୟ ସଚିବ ସି. ଟି.ଏସ. ସୁଗୁଣାଙ୍କ ନିର୍ଦେଶରେ ତଥା ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼ଃ ଅଜୟ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଅଗ୍ନି ପ୍ରଭାବିତ ପରିବାରକୁ ପାଲ, ବାଲ୍ଟି, ରୋଷାଇ ସାମଗ୍ରୀ, ଧୋତି, ଲୁଙ୍ଗି, ଶାଢ଼ୀ, ଚାଦର, ବେଡ଼ ଶୀଟ, ମାସ୍କ, ଫିନାଇଲ,ମଗ, ସାନିଟାଇଜର, ବ୍ଲେଚିଙ୍ଗ ପାଉଡର ବଣ୍ଟନ କରାଯାଇଥିଲା | ଏହାକୁ ଯୁବ ରେଡ଼କ୍ରସ ଜ଼ିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓ, ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟ ଯୁବରେଡକ୍ରସ ଉପଦେଷ୍ଟା ଲୋକନାଥ ମହାନ୍ତି ପରିଚାଳନା କରିଥିଲେ ଏବଂ ରାଜ୍ୟ ପ୍ରତିନିଧି ଲିଙ୍ଗରାଜ ପଣ୍ଡା ପରିଚାଳନା କରିଥିଲେ | ଆଞ୍ଚଳିକ ମହାବିଦ୍ୟାଳୟର ଯୁବରେଡକ୍ରସ ସ୍ବେଛାସେବୀ ସରୋଜ କୁମାର ନାୟକ, ବିଭୁତି ଭୂଷଣ ନାୟକ, କାହ୍ନୁ ଚରଣ ପ୍ରଧାନ, ରାଜୀବ କୁମାର ନାୟକ, ଅଂଶୁମାନ ମହାନ୍ତି ପ୍ରମୁଖ ରିଲିଫ୍ ବଣ୍ଟନ କରିବାରେ ସାହାଯ୍ୟ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କୋକୋଳବା ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ, ନାରାୟଣ ନାୟକ, ଲୀକୁନା ତ୍ରିପାଠୀ, ନିତୁ ତ୍ରିପାଠୀ, ଆକୁଳ ସେଠି, ରଂଜିତ ପ୍ରଧାନ, ଶିବ ସେଠି, ରଙ୍କନିଧି ପାତ୍ର, ବୁଲୁ ପାତ୍ର, କୁନାଲ ରାଉତ ପ୍ରମୁଖ ସହଯୋଗ କରିଥିଲେ | ଏହାପରେ କ୍ଷେତମୁଣ୍ଡାଳି ପଂଚାୟତ ଲୁଣ୍ଡୁରୀପଦର ଗ୍ରାମରେ ଅଗ୍ନି ପ୍ରଭାବିତ ୬ ପରିବାରକୁ ମଧ୍ୟ ରିଲିଫ୍ ବଣ୍ଟନ କରାଯାଇଥିଲା | ଏହି ଠାରେ ପୂର୍ବତନ ଜିଲ୍ଲା ପରିଷଦ ସରିତ କୁମାର ପ୍ରଧାନ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ