ଜଳ ସଂରକ୍ଷଣ ସଚେତନତା ବିଭିନ୍ନ ସ୍ଥାନରେ ଟ୍ୟାପ୍ ମରାମତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜଳସ୍ତର ଦିନକୁ ଦିନ କମୁଥିବାରୁ ଚିନ୍ତାର ବିଷୟ ପାଲଟିଛି । ଏହାକୁ ସଚେତନତା କରିବା ଓ ଜଳକୁ ସଂରକ୍ଷର କରିବା ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ସଂରକ୍ଷିତ ଜୀବନ ସଚେତନ ଆରମ୍ଭ ‘ପ୍ରୋଜେକ୍ଟ ସବୁଜିମା’ । ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର କେଶୁରା ତାରିଣୀ ମନ୍ଦିରରୁ ଆରମ୍ଭ ହୋଇଛି ଏହାର ସଚେତନତା ଯାତ୍ରା । ଏହି ଉପଲକ୍ଷେ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାକୁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସଭାପତି ଡ. ବିପିନ ବିହାରୀ ମିଶ୍ର ଉଦ୍ଘାଟନ କରି କହିଲେ ଯେ, ଆଗକୁ ଜଳସ୍ତର ଜମି ଜଳ ସମସ୍ୟା ଓ ଜଳ ସଂରକ୍ଷଣ କରିବା ସହ ବହୁ ପରିମାଣରେ ବୃକ୍ଷ ରୋପଣ କରିବା ଉଚିତ୍ । ଏଥିରେ ଚେୟାରମ୍ୟାନ ଡ. ବିପିନ ମିଶ୍ର, ସମ୍ପାଦିକା ଡ. ସୁକାନ୍ତି ମିଶ୍ର, ରୀବନ୍ଦ୍ରନାଥ ରାଉତ, ବାଳକୃଷ୍ଣ ରାଉତ, ଗୋଲକ ବହାରୀ ସିଂ, ସୁବାଷ ଚନ୍ଦ୍ର ରଥ, ମଙ୍ଗୁଳି ଚରଣ ପ୍ରଧାନ, ପ୍ରହ୍ଲାଦ ପ୍ରଧାନ, ଲିଙ୍ଗରାଜ ସାହୁ, ଡ. ସରୋଜ କୁମାର ସାହୁ, ପ୍ରଫୁଲ୍ଲ ସ୍ୱାଇଁ, ଶ୍ରୀମତୀ ଟିକି ଯୋଗ ଦେଇଥିଲେ । ଏହି ଅବସରରେ ଜଳ ସଂରକ୍ଷଣ ପାଇଁ ପାଣି ଗଳୁଥିବା ବିଭିନ୍ନ ସ୍ଥାନରେ ଟ୍ୟାପ୍ ମରାମତି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗ ଦେଇଥିଲେ ।


