ଜହ୍ନରେ କଳାଟୀକା
ଗାଁରେ ଥାଆନ୍ତି ବିଭୂପଦ ବାବୁଙ୍କ ଘର. ଗାଁ ପାଖ ସ୍କୁଲରେ ରିମା ଶିକ୍ଷୟିତ୍ରୀ.ଏବର୍ଷ କୁମାର ପୂର୍ଣ୍ଣମୀ ଗୁରୁବାର ପଡୁଥିଲା ତ ଝିଅ ଶାଶୁଘରକୁ ଯିବା କଥା ନୁହେଁ କହି ଅଟକେଇ ଦିଆଗଲା ତାକୁ ତ ନବବସ୍ତ୍ର ସବୁ କିଣାକିଣି ପାଇଁ ବାହାରି ପଡ଼ିଲେ ରିମା ଓ ତାଙ୍କ ସ୍ୱାମୀ . ଝିଅ ଜୋଇଁ, ପୁଅ, ବୋହୂ ଓ ନାତି ନାତୁଣୀଙ୍କ ପାଇଁ ଡ୍ରେସ କିଣା ଭିତରେ ଆଉ ଗୋଟେ ପ୍ୟାକେଟ ରିମାଙ୍କ ହାତରେ ଦେଖି ସ୍ୱାମୀ ପଚାରୁଥିଲେ ସେଇଟା ପୁଣି କାହା ପାଇଁ ତ ରିମା କହିଲେ ସବୁଟା ଜାଣିବା କଣ ନିହାତି ଆବଶ୍ୟକ ନା କଣ? ସ୍ୱାମୀ ପିଠା ଉପକରଣ ସହିତ ଚାନ୍ଦ ଚକଟା ପ୍ରସ୍ତୁତି ପାଇଁ କିଣାକିଣି କରୁଥିଲା ବେଳେ ରିମା ହଜିଗଲେ ଭାବନାରେ. କେଵେ କିଛି ଲୁଚେଇ କରିନଥିବା ରିମା ଆଜି କହିପାରୁନଥିଲେ ମ୍ୟାକ୍ସି ଦୁଇଟା ସେ ନେଉଛନ୍ତି ତାଙ୍କ ଘର ପାଖ ବସ୍ତିରେ ଥିବା ସେହି ବଢନ୍ତା ବା୍ୟାଣୀ ଝିଅଟା ପାଇଁ ଯାହାର ଆଶା ଆଉ ଭରଷା ହେବାକୁ କେହି ନାହିଁଓ ଯିଏ ଅନେକ ଥର ସ୍କୁଲରୁ ଫେରିଲାବେଳେ ବାଟ ଜଗି କହିଥାଏ ମତେ କୁମାର ପୂର୍ଣ୍ଣମୀ ଦିନ କାକରା କ୍ଷୀରି ଟିକେ ଦେବୁ ନା ଦିଦି ଗୁରୁମା!ମୋର ଖାଇବାକୁ ଖୁବ ଇଛା ହେଉଛି. ଉଧୁ ଲଙ୍ଗଳା ବା ଅର୍ଦ୍ଧନଗ୍ନ ଝିଅଟାକୁ ଆଖି ଟେକି ଚାହିଁ ପାରୁନଥିବା ବେଳେ ରିମା କହନ୍ତି ଏ ବର୍ଷ ନିଶ୍ଚୟ ଦେବି.ଏମିତି ଥରେ ଦୁଇଥର ଝିଅଟା ପାଇଁ ଖାଦ୍ୟ ପଠାଇ ଲୋକହସା ହୋଇଛନ୍ତି ରିମା. କେଵେ ଖାଦ୍ୟ ନେଇ ଯାଇଥିବା ଲୋକଟାକୁ ଗାଳି କରି ଘଉଡ଼େଇ ଦିଏ ତ କେଵେ ଘର ଦୁଆର ମେଲା କରି ଅନ୍ୟ ଆଡେ ଚାଲିଯାଇଥାଏ. ବପା ମାଆ ଛେଉଣ୍ଡ ବା୍ୟାଣୀ ଝିଅଟାର ଭାଇ ଭାଉଜ ମଧ୍ୟ ଛାଡି ଦୂରସ୍ଥାନକୁ ଚାଲି ଯାଇଛନ୍ତି ତ କିଏ ହେବ ତାର ଆଶା ଭରଷା!କୁମାର ପୂର୍ଣ୍ଣମୀ ଦିନ ସଅଳ ଉଠି ଚଉରା ପୂଜା ସାରି ପିଠା ଛାଣି ଓ କ୍ଷୀରି ଭୋଗ ଦେଇ ସାରିବା ପରେ ରିମା ଆଣିଥିବା ମ୍ୟାକ୍ସି ଦୁଇଟି ସହ ପିଠା ଓ କ୍ଷୀରି ନେଇ ଚାଲିଲେ ବା୍ୟାଣୀ ଘରକୁ. ମନେ ମନେ ଭାବିଥିଲେ ସନ୍ଧ୍ୟାରେ ଚାନ୍ଦ ଚକଟା ଖାଇବାକୁ ନୂଆ ଡ୍ରେସ ପିନ୍ଧି ଆସିବାକୁ କହିଦେଇ ଆସିବେ.ତେଣିକି ବା୍ୟାଣୀର ମନ. ଠିକ ଏତିକି ବେଳେ ଦୁଇ ଚାରିଟା ପୋଲିସ ଗାଡି ତାଙ୍କୁ ଅତିକ୍ରମ କରି ସାଇରନ ମାରି ମାରି ଆଗେଇ ଗଲା ତ ଛାତିରେ ଛନକା ପଶିଲା ରିମାଙ୍କର.କଣ କୋଉଠି କିଛି ଅଘଟଣ ହେଲା କି? କୋଉ ଅଘଟଣ ବା ଦୁର୍ଘଟଣା କେତେବେଳେ ଯେ କାହା ଗୋଡ଼ ଟାଣି ନଧରିବ କିଏ କହିବ ଭାବୁ ଭାବୁ ଦୂରରୁ ମିନୁ ବା୍ୟାଣୀ ଦୁଆରେ ପୋଲିସ ଗାଡି ରହିବା ଦେଖି ଆଶଙ୍କା ଜାତ ହେଲା ରିମାଙ୍କର. ମନେ ପଡିଲା ସତ କଥା ସ୍ୱାମୀ କହୁଥିଲେ ବାୟାଣୀ ଝିଅ କଣ ତୁମଠୁ ଡ୍ରେସ ଗ୍ରହଣ କରିବ ନା ତାକୁ ପିନ୍ଧିବ. ତେବେ ମିନୁ ସହ କୋଉ ଦୁର୍ଘଟଣା ଘଟିଗଲାକି ଭାବି କୁମାର ପୂର୍ଣ୍ଣମୀ ଦିନ ମାଆ ଗଜଲଷ୍ମୀଙ୍କୁ ମୁଣ୍ଡିଆ ମାରି ଆଗେଇ ଗଲେ ରିମା. ସେତେବେଳକୁ ମିନୁ ବା୍ୟାଣୀର ନିସ୍ତେଜ ଦେହଟା ଟେକା ହୋଇ ଗାଡିରେ ଲଦା ହୋଇସାରିଥିଲା. ଶେଷକୁ ଦୁଷ୍କର୍ମର ଶୀକାର ହେଲା ଭାବି ଥମ କରି ଠିଆ ହୋଇପଡ଼ିଲା ବେଳକୁ ଜଣା ପଡିଲା କୂଅ ଭିତରେ ଖସି ପଡି ମିନୁ ବା୍ୟାଣୀର ଜୀଵନ ଚାଲିଗଲା ଆଜି ଭଳି କୁମାର ପୂର୍ଣ୍ଣମୀ ଦିନଟାରେ . ସେଦିନ ଜହ୍ନ ଆସିଥିଲା. ଘରେ ସମସ୍ତେ ତାଙ୍କୁ ଅପେକ୍ଷା କରିଥିଲେ ହେଲେ ରିମାଙ୍କର ଚାନ୍ଦ ଚକଟିବାରେ ଆଗ୍ରହ ନଥିଲା.ଦୂରରୁ ଶୁଭୁଥିବା କୁମାର ପୂର୍ଣ୍ଣମୀ ଜହ୍ନ ଗୋ ଫୁଲ ବଉଳ ବେଣୀ ଗୀତଟି ତାଙ୍କୁ ମିନୁ କଣ୍ଠରେ ମତେ କାକେରା କ୍ଷୀରି କୁମାର ପୂର୍ଣ୍ଣମୀକୁ ଦେବୁନା ଦିଦି ବୋଲି ମନେ ପଡୁଥିଲା ଯାହା.ରିମାଙ୍କ ଅଜଣାତରେ ଆଖିରୁ ଖସିପଡ଼ିଥିଲା ଲୁହ ଦି ଟୋପା ଆଉ ଡାକୁଥିଲେ ମା ଗଜଲଷ୍ମୀଙ୍କୁ ସମସ୍ତଙ୍କର ଆଶା ଭରଷା ହୁଅ ମା ମହାମାୟୀ.
ସୁନନ୍ଦା ମହାନ୍ତି
ସାକ୍ଷିଗୋପାଳ
ପୁରୀ