ଜହ୍ନ ଚାରିପଟେ ବଳୟ ଦେଖି ଲୋକେ ଭୟଭୀତ
ଜଗତସିଂହପୁର,(ଅନସୂୟା ରାଉତ): ଆଜି ସଂଧ୍ୟାରେ ପୂର୍ବ ଆକାଶରେ ଜହ୍ନ ଚାରିପଟେ ଏକ ବଳୟ ରହିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ଦେଖି ଯେତିକି କୌତୁହଳ ସୃଷ୍ଟି କରୁଥିଲା ଲୋକେ ସେତିକି ଭୟଭୀତ ମଧ୍ୟ ହେଉଥିବା ଲକ୍ଷ କରାଯାଉଥିଲା । ଗୋଟିଏ ପଟେ ଦକ୍ଷିଣ ଭାରତରେ ବାତ୍ୟା ଭୂମି ସ୍ପର୍ଶ କରିବା କଥା ଶୁଣି ଲୋକେ ଭୟଭୀତ ହେଉଥିବା ବେଳେ ଏପରି ବିରଳ ଦୃଶ୍ୟ ଆହୁରି ଭୟଙ୍କର ଲାଗୁଥିଲା । ପୃଥିବୀ ଗ୍ରହ ପ୍ରତି କୌଣସି ପ୍ରକାର ବିପଦ ଆସୁଛି ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । ଏହିବାବଦରେ ଜଗତସିଂହପୁରର ସିଙ୍ଗିରୀ ଯୁବକ ସଂଘ ପକ୍ଷରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିରଳ ଦୃଶ୍ଯଟି ପୋଷ୍ଟ କରାଯାଇଛି । ଏବେ ଏହି ଗ୍ରୁପ୍ ଜଗତସିଂହପୁର ଜିଲ୍ଲାରେ ଅତ୍ଯନ୍ତ ଲୋକ ପ୍ରିୟ ହୋଇଥିବା ଚର୍ଚ୍ଚା ଚାଲିଛି ।