ଜହ୍ନ ସମେତ ଚାରି ଭାଇ ଭଉଣୀଙ୍କ ଦାୟିତ୍ବ ବହନ କଲେ ଜିଲ୍ଲା ପ୍ରଶାସନ

ବୁଗୁଡା, (ଅନିଲ କୁମାର ମହାରଣା):ବଡ ଭଉଣୀ ଜହ୍ନ ପଢୁଥିଲା ସପ୍ତମ ଶ୍ରେଣୀରେ ଓ ଅନ୍ୟ ଦୁଇ ଭଉଣୀ ଓ ଭାଇ ପଞ୍ଚମ, ତୃତୀୟ ଓ ପ୍ରଥମ ଶ୍ରେଣୀରେ ପଢୁଥିଲେ। ହେଲେ ପ୍ରାୟ ପନ୍ଦର ମାସ ପୂର୍ବେ ମାଆ ମମତା ଦଳବେହରାଙ୍କ ଅକାଳ ମୃତ୍ୟୁ ଘଟିବା ଯୋଗୁଁ ବାପା ପ୍ରମୋଦ ଦଳବେହେରା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମାଆ ଥେଉଣ୍ଡ ଓ ବେସାହାରା ହୋଇଗଲେ ତିନିଜଣ ନାବାଳିକା ଓ ଜଣେ ନାବାଳକ। ବାପାଙ୍କ ରୋଜଗାର ଅଭାବରୁ ଜହ୍ନ ପାଠପଢ଼ା ଛାଡ଼ି ଦିନ ମଜୁରିଆ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ। ନିଜେ ନାବାଳିକା ଥିବା ବେଳେ ନିଜର ଛୋଟ ଭାଇ ଓ ଦୁଇ ଭଉଣୀଙ୍କ ମୁହଁରେ ମୁଠେ ଦାନ ଦେବା ପାଇଁ ଧାନ ରୋଇବା ପାଇଁ ଯାଇଥିଲେ ସପ୍ତମ ଶ୍ରେଣୀ ଛାତ୍ରୀ ଜହ୍ନ ଦଳବେହେରା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ କରସିଙ୍ଗି ପଞ୍ଚାୟତର କରଞ୍ଜ ସାହିରେ। ପାଠପଢିବାକୁ ଇଛାଥିଲେ ମଧ୍ୟ ପରିସ୍ଥିତି ବାଧ୍ୟ କରୁଥିଲା ମୁଲ ଲାଗି ପେଟ ପୋଷିବାକୁ । ଏହି ଖବର ଜଣାପଡିବା ପରେ ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସମିତି ସଭ୍ୟ ଚିକୁ ବାରିକ ପହଞ୍ଚି ଯଥା ସମ୍ଭବ ସହାୟତା କରିଥିଲେ। ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବୁଗୁଡା ବିଡ଼ିଓ ଓ ସିଡିପିଓ କରଞ୍ଜ ସାହିରେ ପହଞ୍ଚି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ କରଞ୍ଜ ସାହିରେ ପହଞ୍ଚି ଥିଲେ କରସିଙ୍ଗ ସମିତି ସଭ୍ୟ ଚିକୁ ବାରିକ, ବୁଗୁଡା ବିଡିଓ ବାସୁଦେବ ନାୟକ, ବୁଗୁଡା ସିଡିପିଓ ବବିତା ପଣ୍ଡା, ବ୍ରହ୍ମପୁର ଶିଶୁ ସୁରକ୍ଷା ଅଧିକାରୀ ସୁଶାନ୍ତ କୁମାର ସାହୁ, ଭାରପ୍ରାପ୍ତ ଅଧିକାରୀ ଗୀତାଞ୍ଜଳୀ ଦୋରା, ପର୍ଯ୍ଯବେକ୍ଷଣ ଅଧିକାରୀ ପ୍ରସାଦ କୁମାର ଗୌଡ ନିଳାଞ୍ଚଳ ମିଶ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିହାର ରଞ୍ଜନ ମହାନ୍ତି, ସମାଜସେବୀ ଭାବଗ୍ରାହୀ ମହାନ୍ତି କରଞ୍ଜ ସାହିରେ ପହଞ୍ଚି ପ୍ରୋମଦ ଦଳବେହେରା ଙ୍କ ନାବାଳିକା ତିନିଝିଅ ଓ ନାବାଳକ ପୁଅକୁ ଗ୍ରହଣ କରି ସେମାନଙ୍କର ପାଠପଢା ଦାୟୀତ୍ୱ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ