ଜାଗର ଯାତ୍ରା ଉତ୍ସବରେ ସାମ୍ୱାଦିକ ସମ୍ବର୍ଦ୍ଧିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ପାଇଖଳା ଗ୍ରାମ ର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ପୀଠରେ ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀ ଶ୍ରୀ ସିଦ୍ଧେଶ୍ବର ମନ୍ଦିର ଓ ବାବା ସାଧୁ ଗୋସେଇଁ କମିଟି ପକ୍ଷରୁ ୩ ଦିନିଆଁ ଉତ୍ସବ ଆରମ୍ଭ ହୋଇଛି। ପ୍ରଥମ ଦିନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍ସେଲର ମିତ୍ତଲ କମ୍ପାନୀ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି. ସୁରେଶ ଯୋଗ ଦେଇ ଥିବାବେଳେ ଓଡିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତି ,ପ୍ରଦୀପ ପୋଲେଇ ଓ ତାଙ୍କ ଦଳ ଭଜନ ପରିବେଷଣ କରିଥିଲେ। ଏହି ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ସନ୍ତୋଷ କୁମାର ଦାଶ , କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ,ସଂପାଦକ ଆଦିତ୍ୟ ରାଉତ, ଭାଗବତ ସ୍ବାଇଁ, ସମୀର କର, ନୃସିଂହ ଚରଣ ବେହେରା, ଆର୍ତ୍ତତ୍ରାଣ ମହାନ୍ତି, ବିପିନ ବିହାରୀ ଦାସ, ଆର୍ୟ୍ଯ ବିଶ୍ଵାଳ, ମନୋଜ ବିଶ୍ଵାଳ ପ୍ରମୁଖ ଙ୍କୁ ଅନୁଷ୍ଠାନ ର ସଭାପତି ମିଟୁ ଚରଣ ସ୍ବାଇଁ ଓ ଷ୍ଟାର ୱାନ କମ୍ପାନୀ ର ଏମ ଡି ସୁମନ୍ତ କୁମାର ସ୍ୱାଇଁ ଜଣେ ଜଣେ କୃତୀ ସାମ୍ୱାଦିକ ଭାବେ ସମ୍ବର୍ଦ୍ଧିତ କରିଥିବାବେଳେ ୭ ଜଣ ବ୍ରାହ୍ମଣ ପୁରୋହିତ ଙ୍କୁ ସାମ୍ବାଦିକ ସନ୍ତୋଷ ଦାଶ କମିଟି ପକ୍ଷରୁ ସମ୍ମାନୀତ କରିଥିଲେ । ଗ୍ରାମବାସୀ ମାନଙ୍କ ପକ୍ଷରୁ ଆୟୋଜିତ ଏହି ୩ ଦିନିଆ ଉତ୍ସବ କୁ ଅନୁଷ୍ଠାନ ର ସଂପାଦକ ଶ୍ରୀନାଥ ବିଶ୍ଵାଳ ଓ ଉପଦେଷ୍ଟା ବ୍ରଜବନ୍ଧୁ ସେନାପତି ପରିଚାଳନା କରିଥିଲେ ୩ ଦିନ ସାରା ହଜାର ହଜାର ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଜାଗର ଯାତ୍ରା ପାଇଁ ପାଇଖଳା ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ