ଜାଗା ଦେଉନି ଶିକ୍ଷା ବିଭାଗ, ନିର୍ମାଣ ହୋଇପାରୁନି ଅଙ୍ଗନବାଡି

କାଗଜ କଲମ ଚାଷ କରି ନୀରବ ସାଜିଛନ୍ତି ସିଡିପିଓ, ବିଡିଓ ଓ କାର୍ଯ୍ୟନିର୍ବାହୀ ଅଧିକାରୀ
ସୋରଡା,(ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ରେ ଶିକ୍ଷା ବିଭାଗ ଓ ଶିଶୁ ସମନ୍ଵୟ ବିଭାଗ ସୋରଡା ବ୍ଲକ ଉନ୍ନୟନ ଅଧିକାରୀ ଓ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ମଧ୍ୟ ରେ ଏକ ପ୍ରକାର ସମନ୍ଵୟ ଅଭାବ ଯୋଗୁଁ ସୋରଡା ଏନ ଏ ସି ଅନ୍ତର୍ଗତ ୦୮ ନମ୍ବର ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର ର ନିର୍ମାଣ ଆଜକୁ ୩ ବର୍ଷ ହେଲା ଅର୍ଥ ମଞ୍ଜୁର ହେଲା ପରେ ମଧ୍ୟ ହୋଇପାରୁନି। ଏ ନେଇ ବାରମ୍ବାର ଗଞ୍ଜାମ ଜିଲ୍ଲାପାଳ, ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ ପରି ପ୍ରମୁଖ ଅଧିକାରୀଙ୍କୁ ମଧ୍ୟ ଏ ନେଇ ଅଭିଯୋଗ ପଠା ହେଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଂ ଯଦି ପଦକ୍ଷେପ ନିଆଯାଇଛି ତେବେ କିଛି କାଗଜ କଲମ ଚାଷ କରି ଚୁପ ରହିଛନ୍ତି ପ୍ରଶାସନିକ ଅଧିକାରୀ ମାନେ । ଏହି କାଗଜପତ୍ର ଚାଷ ଆଜକୁ ୩ ବର୍ଷ ହେଲା ଚାଲିଛି କିନ୍ତୁ ବିଦ୍ୟାଳୟ ମଧ୍ୟ ରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବା ରେ ବିଫଳ ହୋଇଛି ସ୍ଥାନୀୟ ପ୍ରଶାସନ। କୁନି କୁନି ଛୁଆ ଙ୍କ ପାଇଁ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ପାଇଁ ସ୍ଥାନୀୟ ଅଧିକାରୀ ଙ୍କ ତପ୍ତରତା କେବଳ କାଗଜ କଲମ ରେ ସୀମିତ ହୋଇ ରହିଛି। ସୋରଡା ୦୮ ନମ୍ବର ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର ଟି ୯ ନମ୍ବର ୱାର୍ଡ ଅଙ୍ଗନବାଡି କେନ୍ଦ୍ର ରେ ଚାଲିଛି। ୦୮ ୱାର୍ଡ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଛି ଏବଂ ସୋରଡା ଏନ ଏ ସି କୁ ଏହାର ଦାଇତ୍ଵ ରହିଛି। ସୋରଡା ସ୍ଥିତ ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ରେ ଚାଲିଛି ଏହି ଅଙ୍ଗନବାଡି କେନ୍ଦ୍ର। ଗୋଟିଏ ଅଙ୍ଗନବାଡି କେନ୍ଦ୍ରରେ ଦୁଇଟି କେନ୍ଦ୍ର ର ପିଲାଙ୍କୁ ବସାଇ ଯୋଜନା କାର୍ଯ୍ୟକାରୀ କରିବା ସମ୍ଭବ ନୁହଁ। କେବଳ ଶିକ୍ଷାଦାନ ବ୍ୟତିତ ଅଙ୍ଗନବାଡି କେନ୍ଦ୍ର ରେ ଅନେକ ସରକାରୀ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି। ଏପରିକି ପିଲାଙ୍କ ଅଭିଭାବକ ମାନେ ବସିବା ପାଇଁ ଜାଗା ଟିକେ ନାହିଂ। ଥିବା ଅଙ୍ଗନବାଡି କେନ୍ଦ୍ର ର ମଧ୍ୟ ଅବସ୍ଥା ଶୋଚନୀୟ। ଠିକାଦାର ନିମ୍ନ ମାନର କାମ କରି ଅର୍ଥ ହଡପ କରିଦେଇଛି। ବର୍ଷା ଦିନେ ଏଠି ପାଣି ଗଳୁଛି, କାଗଜପତ୍ର ରେକର୍ଡ ରଖିବା ପାଇଁ ଜାଗା ଟିକେ ନାହିଂ। ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ର ପରିଶ୍ରଗାର ନିକଟ ରେ କେନ୍ଦ୍ର ଟି ରହିଥିବା ରୁ ଏକ ଅସ୍ଵାସ୍ଥ୍ୟ କର ପରିବେଶ ମଧ୍ୟ ରେ କୁନି କୁନି ପିଲାମାନେ ପଢୁଛନ୍ତି। କେନ୍ଦ୍ର ନିକଟ ରେ ଏକ ଅସୁରକ୍ଷିତ ଶିକ୍ଷାବିଭାଗ କୋଠା ରହିଛି ଯାହା ପିଲାଙ୍କ ପାଇଁ ବିପଦ। ଏ ନେଇ ଅଭିଯୋଗ ହେଲା ପରେ ୦୮ ୱାର୍ଡ ଅଙ୍ଗନବାଡି କେନ୍ଦ୍ର ର ସମୟ ବଦଳାଇ ସକାଳ ୭ ଟାରେ କେନ୍ଦ୍ର ଚାଲିବା ପାଇଁ ନିଷ୍ପତି ଦେଲେ କିନ୍ତୁ ଏତେ ସକାଳୁ ପିଲାଙ୍କୁ ଛାଡିବା ପାଇଁ ଅଭିଭାବକ ରାଜି ହେଲେନି। ଫଳରେ କିଛି ଦିନ ପରେ ଆଉଥରେ ୯ ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର ରେ ଚାଲିବା ପାଇଁ ନିର୍ଦେଶ ଦିଆଗଲା। ଅଭିଯୋଗ ପରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଯଥା ଶୀଘ୍ର ନିର୍ମାଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କିନ୍ତୁ ତାହା କେବଳ ଏକ ପ୍ରତିଶ୍ରୁତି ଥିଲା। ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ରେ ଅଙ୍ଗନବାଡି କେନ୍ଦ୍ର ଚାଲିବା ପାଇଁ ନିର୍ଦେଶ ରହିଥିଲେ ମଧ୍ୟ ଏଠାରେ ଶିକ୍ଷା ବିଭାଗ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଜାଗା ଦେବାକୁ ନାରାଜ। ବର୍ତମାନ ପ୍ରଶ୍ନ ଏଠାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ପଦକ୍ଷେପ ନେବ କିଏ ? ୩ ବର୍ଷ ତଳେ ଆସିଥିବା ଅନୁଦାନ ରେ ନିର୍ମାଣ ହୋଇପାରିବନି ଏବଂ ଆଉ ଅଧିକ ଅର୍ଥ କେଉଁଠୁ ଆସିବ ବୋଲି ଏବେ ଅଧିକାରୀ ମାନେ ଆଲୋଚନା କରୁଛନ୍ତି। କଥା ହେଲା ଏଠାରେ ବର୍ତମାନ କେନ୍ଦ୍ରୀୟ ଯୋଜନା କୁ ସଫଳ ରୂପାୟନ କରିବା ପାଇଁ ପଦକ୍ଷେପ ନେବ କିଏ? ଅଙ୍ଗନବାଡି କେନ୍ଦ୍ର କୁନି କୁନି ପିଲାଙ୍କ ଭବିଷ୍ୟତ ପାଇଁ ଏହାର ନିର୍ମାଣ କେବେ କରାଯିବ ଏ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଏନ ଏ ସି ଙ୍କ କହିବା କଥା ହେଲା ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ରେ ପୁରୁଣା ଅସୁରକ୍ଷିତ କୋଠା କୁ ଭାଙ୍ଗି ସେଠାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଗଲେ ଆବଶ୍ୟକ ଜାଗା ମିଳିବ ଏବଂ ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଛି ଏବଂ ଶୀଘ୍ର ନିର୍ମାଣ ହେବା ପାଇଁ ପ୍ରକ୍ରିୟା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ