ଜାଡରେ ଥରୁଛି ରାୟଗଡ଼ା, ପାରଦ ଖସୁଛି ଥଣ୍ଡା ବଡୁଛି
ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ)କିଛି ଦିନ ହେଲାଣି ରାୟଗଡ଼ା ଜିଲ୍ଲାରେ ଘନ କୁହୁଡି ସହ ପ୍ରବଳ ଥଣ୍ଡା ଅନୁଭୂତି ହେଉଚି। ସନ୍ଧ୍ୟା ନଇଁଲେ ହେଲେ ପାରଦ ଖସୁଛି ଥଣ୍ଡା ବଢୁଛି।ଫଳରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି।ରାତି ଯେତେ ବଢୁଛି ହେଉଛି ଥଣ୍ଡା ସେତେ ବଢୁଛି।ରାତି ବାରଟା ରୁ ପାହାନ୍ତିଆ ପାଞ୍ଚଟା ପର୍ଯ୍ୟନ୍ତ ପାରଦ ଦଶରୁ ଏଗାର ଡିଗ୍ରୀ ପାଖାପାଖି ରହୁ ଥିବା ବେଳେ ଛଅଟା ହେଲେ ତେର ଡିଗ୍ରୀ ପାଖା ପାଖି ରହୁଚି।ଘନ କୁହୁଡି ପାଇଁ ଦିନ ନଅଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ମୁହଁ ଦିଶୁନି।କୁହୁଡି ପାଇଁ ରାସ୍ତା ଦିଶୁ ନଥିବାରୁ ଯାନବାହାନ ଚଳା ଚଳ ରେ ବାଧା ଉପୂଜୁଛି।କିଛି ଗାଡ଼ି ବାଲା ଲାଇଟ୍ ଲଗାଇ ଚଳାଉ ଥିବା ଦେଖିବାକୁ ମିଳିଛି।ସବୁଠୁ ଅଧିକ ଏହି ରାସ୍ତା ଦେଇ କଟକ,ଭୁବନେଶ୍ୱର ପଟରୁ କୋରାପୁଟ,ନବରଙ୍ଗପୁର ଓ ମାଲକାନଗିରି ଆସୁଥିବା ସମସ୍ତ ପଶେଞ୍ଜର ବସ୍ ଗୁଡ଼ିକ ଅସୁବିଧାର ସମୁଖିନ ହେଉଛନ୍ତି।ଚାଳିଆ,କୁଡିଆରେ ରହୁଥିବା ଅସହାୟ ଲୋକଙ୍କ ଜୀବନ ସବୁଠୁ ଅଧିକ କଷ୍ଟ ଦାୟକ ହୋଇ ପଡ଼ିଛି।କିଛି ଲୋକ ଥଣ୍ଡା କୁ ସହ୍ୟ କରି ନପାରି ବିଳମ୍ବିତ ରାତି ଯାଏଁ ନିଆଁ ଶେକି ହୋଇ ରାତି କାଟିବାକୁ ବାଧ୍ୟ ହେଉଛନ୍ତି।ପ୍ରକାଶ ଥାଉକି ଗତ ବର୍ଷ ଏହି ସମୟରେ ପାରଦ ଖସି ୭ ରୁ ୮ ଥିବାରୁ ଜିଲ୍ଲାର କାଶୀ ପୁର ବ୍ଲକର କେତେକ ସ୍ଥାନରେ ବରଫର ପତଳା ଆସ୍ତରଣ ପଡ଼ିଥିବା ନଜରକୁ ଆସିଥିଲା।ଆଗକୁ ଏହିଭଳି ଥଣ୍ଡା ଯଦି ଜାରି ରହିବ ତେବେ ଅସହାୟ ଲୋକଙ୍କ ଜୀବନ କଷ୍ଟକର ହୋଇ ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ଅଧିକ ଥଣ୍ଡା ପଡ଼ିବା ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ଗାଁ ଗାଁରେ କମ୍ବଳ ବାଣ୍ଟିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।